Breaking PLUSଓଡ଼ିଶାମୁଖ୍ୟ ଖବର

୨୭ କିମ୍ବା ୨୮ ତାରିଖରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆସନ୍ତା ୨୭ କିମ୍ବା ୨୮ ତାରିଖରେ ପ୍ରକାଶ ପାଇପାରେ । ସେପ୍ଟେମ୍ବର ୬ ରୁ ୧୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ ସରିଲାଣି; କିନ୍ତୁ ଓଜେଇଇ ପାଖକୁ ପରୀକ୍ଷାର୍ଥୀଙ୍କ ଅଙ୍କ (ମାର୍କ) ତାଲିକା ଆସିନାହିଁ ।

ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆସନ୍ତା ୨୭ କିମ୍ବା ୨୮ ତାରିଖରେ ପ୍ରକାଶ ପାଇପାରେ । ସେପ୍ଟେମ୍ବର ୬ ରୁ ୧୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ ସରିଲାଣି; କିନ୍ତୁ ଓଜେଇଇ ପାଖକୁ ପରୀକ୍ଷାର୍ଥୀଙ୍କ ଅଙ୍କ (ମାର୍କ) ତାଲିକା ଆସିନାହିଁ । ଓଜେଇଇ କର୍ତ୍ତୃପକ୍ଷ ୨୫ରେ ଅଙ୍କ ତାଲିକା ପାଇବାର ସମ୍ଭାବନା ଥିବାରୁ ଏହାର ଦୁଇରୁ ତିନି ଦିନ ମଧ୍ୟରେ ଫଳ ପ୍ରକାଶ କରିବାର ସମ୍ଭାବନା ରହିଛି । କରୋନା କଟକଣାକୁ ପାଳନ କରି ପରୀକ୍ଷା ଦେଇଥିଲେ ବିଦ୍ୟାର୍ଥୀ । ଚଳିତ ବର୍ଷ ବି.ଟେକ ସହିତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରବେଶିକା ପାଇଁ ୬୫,୦୦୦ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ଏହା ପ୍ରାୟ ୭୫ ପ୍ରତିଶତ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି ।

Show More

Related Articles

Back to top button