Breaking PLUSଦେଶ ବିଦେଶମୁଖ୍ୟ ଖବର

କୃଷକ ଆନ୍ଦୋଳନକୁ ନେଇ ରାଜ୍ୟସଭା ଅଚଳ

କୃଷି ଆଇନକୁ ନେଇ ମଙ୍ଗଳବାର ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନ ଭଳି କଳା ଆଇନକୁ ସରକାର ଫେରାଇ ନେବା ଆବଶ୍ୟକ ବୋଲି ହଟ୍ଟଗୋଳ କରିଛନ୍ତି।

କୃଷି ଆଇନକୁ ନେଇ ମଙ୍ଗଳବାର ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନ ଭଳି କଳା ଆଇନକୁ ସରକାର ଫେରାଇ ନେବା ଆବଶ୍ୟକ ବୋଲି ହଟ୍ଟଗୋଳ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରି ବିରୋଧୀ ଦଳ ସଦସ୍ୟ ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ନୋଟିସ୍‌ ଦେଇଥିଲେ। ତେବେ ଏହାକୁ ଅଧ୍ୟକ୍ଷ ମନା କରିଦେଇଥିଲେ। ଏହାପରେ ବିରୋଧୀ ଦଳ ସଦସ୍ୟମାନେ ଗୃହତ୍ୟାଗ କରିଥିଲେ। ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଅଧ୍ୟକ୍ଷ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଥିଲେ।

Show More

Related Articles

Back to top button