Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପଠାଣି ସାମନ୍ତ ପ୍ଲାନେଟାରିୟମ

ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ମଙ୍ଗଳବାର ଠାରୁ ଖୋଲିବ । ସେହିପରି ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ । କୋଭିଡ୍ କଟକଣା ମଧ୍ୟରେ ପ୍ରତି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ ।

ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ମଙ୍ଗଳବାର ଠାରୁ ଖୋଲିବ । ସେହିପରି ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ । କୋଭିଡ୍ କଟକଣା ମଧ୍ୟରେ ପ୍ରତି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ । ପ୍ରତ୍ୟେକ ସୋ’ରେ ସର୍ବାଧିକ ୫୦ ଜଣ ଦର୍ଶକଙ୍କୁ ଅନୁମତି ମିଳିବ । ଏନେଇ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାନେଟାରିୟମ୍‌ ଭିତରର ପ୍ରତିଟି ସୋ’ ପାଇଁ ଆମେ ୫୦ଜଣଙ୍କୁ ହିଁ ଅନୁମତି ଦେବୁ। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମରେ ପ୍ରତି ସୋ’ ପାଇଁ ୧୭୦ଟି ଲେଖାଏଁ ସିଟ୍‌ ରହିଥିବା ବେଳେ ବୁର୍ଲା ପ୍ଲାନେଟାରିୟମରେ ୧୪୦ଟି ସିଟ୍‌ ରହିଛି। କିନ୍ତୁ ଏବେ ଉଭୟ ପ୍ଲାନେଟାରିୟମ୍‌ର ସୋ’ ପାଇଁ ମାତ୍ର ୫୦ଜଣଙ୍କୁ ହିଁ ଅନୁମତି ଦିଆଯିବ। ସୋ’ ହଲ୍‌କୁ ନିୟମିତ ବ୍ୟବଧାନରେ ବିଶୋଧିତ କରାଯିବ। ୨ଟି ସୋ’ ମଧ୍ୟରେ ସମୟ ଅବଧିକୁ ଏବେ ବଢ଼ାଇ ଦିଆଯାଇଛି। ଫଳରେ ହଲ୍‌କୁ ଭଲ ଭାବେ ବିଶୋଧିତ କରାଯାଇପାରିବ। ଏଥିସହ ପରବର୍ତୀ ଓ ପଛ ସିଟ୍‌କୁ ଛାଡ଼ି ଦର୍ଶକଙ୍କର ବସିବାର ବ୍ୟବସ୍ଥା ହୋଇଛି।

ଏବେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ୩ଟି ସୋ’ ହିଁ ପଡ଼ିବ। ଓଡ଼ିଆରେ ‘ଆକାଶର ଅସରନ୍ତି କଥା’, ହିନ୍ଦୀରେ ‘ରହସ୍ୟମୟ ବିଶ୍ବ’ ଓ ଇଂରାଜୀରେ ‘ସିକ୍ରେଟ୍‌ସ୍‌ ଅଫ୍‌ ସନ୍‌’। ଏହି ସବୁ ସୋ’ ୩୦ରୁ ୪୦ମିନିଟ୍‌ ଭିତରେ ରହିଛି । ମଝିରେ ମଝିରେ ସୋ’ ବି ପରିବର୍ତ୍ତନ କରାଯିବାର ଯୋଜନା ରହିଥିବାର ଜଣାପଡିଛି ।

Show More

Related Articles

Back to top button