Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ସଙ୍କଟରେ ପୁଡୁଚେରୀରେ କଂଗ୍ରେସ ସରକାର, ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ସଙ୍କଟରେ ପୁଡୁଚେରୀରେ ଶାସନାଧୀନ କଂଗ୍ରେସର ଭାଗ୍ୟ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବହୁମତ ସାବ୍ୟସ୍ତ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ଟି. ସୌନ୍ଦରରାଜନ ।

ଆଜି ଆସ୍ଥା ଭୋଟ ଥିବା ବେଳେ ଗତକାଲି ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ । ଜଣଙ୍କ ପରେ ଜଣେ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ସରକାର ପ୍ରତି ସଙ୍କଟ ଘନେଇଛି । ଆଜି କଣ ହେବ ଭି. ନାରାୟଣସାମୀଙ୍କ ସରକାର ଭାଗ୍ୟ ତାଉପରେ ନଜର ରହିଛି ।

୩୩ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ବର୍ତ୍ତମାନ ୨୭ ସଦସ୍ୟ ଅଛନ୍ତି । ଶାସକ କଂଗ୍ରେସ ଦଳର ୧୩ ଜଣ ଓ ବିରୋଧୀ ଦଳର ୧୪ ଜଣ ବିଧାୟକ ଅଛନ୍ତି । ୫ଟି ପଦ ଫାଙ୍କି ରହିଛି । ଆଜିର ଫ୍ଲୋର ଟେଷ୍ଟରେ ଶାସକ କଂଗ୍ରେସ ବା ବିରୋଧୀଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ପୁଡୁଚେରୀରେ ୩ ମାସ ଯାଏ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ ।

Show More

Related Articles

Back to top button