Breaking PLUSଓଡ଼ିଶାବାଣିଜ୍ୟମୁଖ୍ୟ ଖବର

ଆଜି ବିଧାନସଭାରେ ଚଳିତବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଶନିବାର ବସିଥିବା ସର୍ବଦଳୀୟ ବୈଠକ ଅନୁସାରେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟା ଆଲୋଚନା ହେବ । ଆଲୋଚନା ପରେ ଅପରାହ୍ଣରେ ବଜେଟ୍ ଉପସ୍ଥାପନ ହୋଇପାରେ ।

ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟକୁ ଅନୁମୋଦନ ମିଳିଥିଲା । ଏଥିରେ ବଜେଟର ଆକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଟପିବା ନେଇ ସୂଚନା ମିଳିଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଥିଲା । ବଜେଟରେ ବିଶେଷକରି ପୁଞ୍ଜିନିବେଶ, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ରୂପାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଗତଥରର ବଜେଟ୍ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୧୧.୧ ପ୍ରତିଶତ ଅଧିକ ଥିଲା ।

ଗତ ବଜେଟ୍ ଉପରେ ମହାମାରୀ କରୋନା ପ୍ରଭାବ ପଡ଼ିଥିଲା । ଶନିବାର ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ତାର ସଂକେତ ମିଳିଛି । ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୯ ପ୍ରତିଶତ କମିବ ବୋଲି ଆକଳନ କରାଯାଇଛି ।

Show More

Related Articles

Back to top button