Breaking PLUSଓଡ଼ିଶାମୁଖ୍ୟ ଖବର

ମହାନଦୀ ବ୍ରିଜରୁ ତଳକୁ ଡେଇଁ ପଡ଼ିଲେ ଅଧ୍ୟାପକ

କଟକ ଜଗତପୁର ସ୍ଥିତ ମହାନଦୀ ବ୍ରିଜରୁ ତଳକୁ ଡେଇଁ ପଡ଼ିଲେ ଅଧ୍ୟାପକ । ସେ ଏବେ ନିଖୋଜ ଅଛନ୍ତି । ତାଙ୍କ ନାଁ ଦେବାଶିଷ ଦାସ ଘର ଚାଉଳିଆଗଞ୍ଜ । ସେ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଦେବାଶିଷ ଆଜି ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାର୍‌ରେ ଯାଉଥିଲେ । ତାଙ୍କ ସାଙ୍ଗରେ ଡ୍ରାଇଭର ଥିଲେ । ମହାନଦୀ ବ୍ରିଜ୍ ଉପରେ ସେ ଗାଡିକୁ ସାଇଡ କରିବା ପାଇଁ ଡ୍ରାଇଭରଙ୍କୁ କହିଥିଲେ । କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ ।

ଡ୍ରାଇଭରଙ୍କ ବୟାନ ଆଧାରରେ ପୁଲିସ୍ ଏହି ସୂଚନା ଦେଇଛି । ସଂପୃକ୍ତ ଡ୍ରାଇଭରଙ୍କୁ ପୁଲିସ୍ ପଚରାଉଚରା କରୁଛି । ଏହା ସହିତ ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି ।

ସୂଚନା ଅନୁଯାୟୀ, ଲ୍ୟାବ୍‌ ଆସିଷ୍ଟାଣ୍ଟ ଦେବାଶିଷ ଦାସ କିଛି ଦିନ ଧରି ଚିନ୍ତିତ ରହୁଥିଲେ । ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ । ତେବେ ସମସ୍ତ ଦିଗକୁ ତର୍ଜମା କରି ପୁଲିସ୍ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button