Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀରେ ପୁଣିଥରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା

ପୁରୀରେ ପୁଣିଥରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ନରେନ୍ଦ୍ର କୋଣ, ରାୟବାହାଦୂର ଲେନ, ଗୋପବନ୍ଧୁ କଲୋନୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ତେବେ ଦୀର୍ଘଦିନ ଧରି ଏଠାରେ ପୌର ସଂସ୍ଥାର ସ୍ୱିପରମାନେ ସରକାରୀ ଜମି ଉପରେ ଘର କରି ରହୁଥିବା ବେଳେ ଘର ଖାଲି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପ୍ରାୟ ୮ରୁ ଉର୍ଦ୍ଧ୍ୱ ପରିବାର ଏଠାରେ ଦୀର୍ଘଦିନ ଧରି ରହିଆସୁଥିବା ବେଳେ ପ୍ରଥମେ ଥଇଥାନ ପରେ ଉଚ୍ଛେଦ ପାଇଁ ସେମାନେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା ନକଲେ ମରିବୁ ପଛେ ଘର ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ । ସେପଟେ ଏହା ସରକାରୀ ଯାଗା ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ଆରଆଇ କହିଛନ୍ତି ।

Show More

Related Articles

Back to top button