ଓଡ଼ିଆ ଗଳ୍ପକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣସ୍ୱତନ୍ତ୍ର

ଶ୍ରୀମନ୍ଦିରରେ ମେଣ୍ଢାପୋଡି ନୀତି

ଏହି ନୀତି ପଛରେ ପୌରାଣିକ ଉପାଖ୍ୟାନ ରହିଛି

ଏହି ନୀତି ପଛରେ ପୌରାଣିକ ଉପାଖ୍ୟାନ ରହିଛି। ବିଷ୍ଣୁଙ୍କ ମହାନ ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଚେଷ୍ଟା ଚଳାଇଥିଲା। ହେଲେ ପ୍ରହଲ୍ଲାଦ ଭକ୍ତ ହୋଇଥିବାରୁ ଏହି ଉଦ୍ୟମ ଫଳପ୍ରଦ ହେଉନଥିଲା। ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ଅଗ୍ନୀ ତାକୁ ଜଳାଇପାରିବ ନାହିଁ। ଏଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। କିନ୍ତୁ ଫଳ ଓଲଟା ହେଲା। ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ। ମେଷ ବା ମେଣ୍ଢା ହେଲା ଅଗ୍ନିଙ୍କ ବାହନ। ଅଗ୍ନିଙ୍କ ଏହି ଭକ୍ତ ବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ହୁଏ ବୋଲି ପ୍ରବାଦ ରହିଛି।

ଏହି ନୀତି ପାଇଁ ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ଚାଚେରୀ ବେଶ କରାଯାଏ। ମହାଜନମାନେ ଠାକୁରଙ୍କୁ ଲକ୍ଷ୍ମୀମନ୍ଦିରରେ ଥିବା ଖଟିଆ ଉପରେ ବିରାଜମାନ କରାଇବା ପରେ ସେଠାରେ ଝିମିରିଫଗୁ ଖେଳ ହୋଇଥାଏ। ଶୀତଳଭୋଗ ଓ ବନ୍ଦାପନା ସରିବା ପରେ ବିମାନରେ ବିଜେ ହୋଇ ଦୋଳବେଦୀ କୋଣ କୁ ଶୋଭାଯାତ୍ରାରେ ନିଆଯାଏ। ସନ୍ଧ୍ୟା ୭ଟା ବେଳେ ଠାକୁର ପହଞ୍ଚିଥିଲେ।ଦୋଳମଣ୍ଡପର ପୂର୍ବ ଦିଗରେ କୁଟା, କାଠି ଓ ଘସିରେ ମେଣ୍ଢାକୁଡ଼ିଆଟିଏ ପ୍ରସ୍ତୁତ ହୋଇଥାଏ।ଏହାର ପୂର୍ବ ଓ ପଶ୍ଚିମକୁ ଦୁଇଟି ଦ୍ୱାର ଥାଏ।ଏହି ଗୃହ ମଧ୍ୟରେ ବୋଦା ମେଣ୍ଢାଟିଏ ବନ୍ଧାଯାଏ।ଏହାପରେ କୁଡିଆର ପଶ୍ଚିମ ଦ୍ୱାର ଠାରେ ଯଜ୍ଞ ସମ୍ପନ୍ନ ହୁଏ।ଏହାପରେ ପୂଜାପଣ୍ଡା ବିଜେ ପ୍ରତିମାଙ୍କୁ ବନ୍ଦାପନା କରନ୍ତି।ଏହାପରେ ବନ୍ଧାଯାଇଥିବା ମେଷକୁ କୁଟୀର ମଧ୍ୟରୁ ବାହାରକୁ ଆଣିବା ପରେ ମେଷ କୁଟୀରରେ ଅଗ୍ନି ସଂଯୋଗ କରାଯାଏ।ଏହାପରେ ଚଳନ୍ତି ପ୍ରତିମା ମେଷ ଗୃହର ଚତୁଃପାର୍ଶ୍ବରେ ସାତ ଥର ପ୍ରଦିକ୍ଷଣ କରିବା ପରେ ଦେଉଳକୁ ବାହୁଡା ବିଜେ କରନ୍ତି। ପରେ ସଂଧ୍ୟା ଆରତୀ, ସଂଧ୍ୟା ଧୂପ, ମଇଲମ ଓ ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ଭୋଗ ହୋଇ ରାତ୍ର ପହଡ଼ ହୁଏ।

Show More

Related Articles

Back to top button