ଡେନମାର୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖାଇଲେ ନିଜ ବାସଭବନରେ ଥିବା ଓଡିଶାର ଫଟ୍ଟଚିତ୍ର
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଭୁବନେଶ୍ୱର : ଓଡିଶାର ଫଟ୍ଟୋଚିତ୍ର କେବଳ ଦେଶର ନୁହେଁ ବିଦେଶରେ କେତେ ଆଦୃତ ତାହାର ସ୍ପଷ୍ଟ ଚିତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେନମାର୍କ ଗସ୍ତ ସମୟରେ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଡେନମାର୍କ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷ ମେଟେ ଫ୍ରେଡିରିକ୍ସନଙ୍କ ମେରିଏନବର୍ଗସ୍ଥିତ ସରକାରୀ ବାସଭବନକୁ ଗସ୍ତ କରିିଥିଲେ । ଏହି ଅବସରରେ ଡେନମାର୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତରୁ ଯେଉଁ ଫଟ୍ଟୋଚିତ୍ର ଉପହାରରେ ତାଙ୍କୁ ପ୍ରଦାନ କରାଯାଇଥିଲା ତାହା ବାସଭବନରେ କିଭଳି ଶୋଭାପାଉଛି ତାହାକୁ ଦେଖାଇଥିଲେ । ସେ ପୁଣି କହିଥିଲେ ଯେ ଅକ୍ଟୋବର ୨୦୨୧ରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏହି ଫଟ୍ଟୋଚିତ୍ର ଉପହାର ଦେଇଥିଲେ । ଏହା ପରେ ଦୁଇ ପ୍ରଧାନମନ୍ତ୍ରୀ ଓଡିଶା ଫଟ୍ଟୋଚିତ୍ରର ଶୈଳୀ ଓ ବିଶେଷତ୍ୱ ଉପରେ ଆଲୋଚନା କରିଥିଲେ । ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିରିକ୍ସନ୍ଙ୍କ ବାସଭବନର କାନ୍ଥରେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାର ଅନନ୍ୟ ପାରମ୍ପରିକ କଳାର ସମ୍ଭାର ଥିବା ପଟ୍ଟଚିତ୍ରକୁ ବିଶ୍ୱ ଦରବାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପହଞ୍ଚାଇଥିବାରୁ ଓଡ଼ିଶା ଗର୍ବିତ ବୋଲି ଉଭୟ ନେତା ଟ୍ୱିଟ୍ କରି କହିଛନ୍ତି।