ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି

ସାମାନ୍ୟ ବଚସା ଯୋଗୁଁ ପତ୍ନୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ।

ସିମୁଳିଆ: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସା ଯୋଗୁଁ ପତ୍ନୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ। ଏଭଳି ଦୁଃଖଦାୟକ ଘଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇବିନ୍ଧା ପଂଚାୟତ କଇଁସି ଗ୍ରାମରେ ।

ସୂଚନା ଅନୁଯାୟୀ ,ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇବିନ୍ଧା ପଂଚାୟତ କଇଁସି ଗ୍ରାମର ରାମ ମୁର୍ମୁ ଏବଂ ତାଙ୍କ ପତ୍ନୀ ସ୍ତ୍ରୀ ଦେଉଲା ମୁର୍ମୁଙ୍କ ମଧ୍ୟରେ   ଗତ ସୋମବାର ଅପରାହ୍ନ ସମୟରେ କୌଣସି କଥାକୁ ନେଇ କଳହ ଲାଗିଥିଲା । ଧୀରେଧୀରେ କଳହ ଉଗ୍ର ରୂପ ନେଇଥିଲା । ଏଥିରେ ନିଶାସକ୍ତ ଅବସ୍ଥାରେ ଥିବା ରାମ ମୁର୍ମୁ ହଠାତ୍ ଉତ୍ତ୍ୟକ୍ତ ହୋଇ ପତ୍ନୀ ଦେଉଲାଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲା । ଦେଉଲାସଂଜ୍ଞାହୀନ ହୋଇ ତଳେ ପଡି ଯାଇଥିଲା । ଏହାପରେ ରାମ ଭୟରେ ଦେଉଲାକୁ ଘରେ ବନ୍ଦ କରି ଗାଁ’ରୁ ପଳାଇ ଯାଇଥିଲା ।

ମଙ୍ଗଳବାର ସକାଳେ ଦେଉଲାଙ୍କୁ ଗାଁ’ ଲୋକେ ଦେଖିବାକୁ ନ ପାଇବାରୁ ରାମକୁ ପଚରାଉଚରା କରିଥିଲେ । ପରେ ସନ୍ଦେହରେ ରାମ ଘରକୁ ଯାଇ କବାଟ ଖୋଲି ଦେଉଲାଙ୍କ ମୃତଦେହ ପଡିଥିବା ଦେଖିଥିଲେ । ଗ୍ରାମବାସୀମାନେ ତୁରନ୍ତ ପୁଲିସ୍ କୁ ଜଣାଇଥିଲେ । ଖବର ପାଇ ସିମୁଳିଆ ପୁଲିସ୍ ପହଞ୍ଚି ରାମକୁ କାବୁ କରିଥିଲା । ଅନ୍ୟପଟେ ପତ୍ନୀଙ୍କ ଚରିତ୍ରକୁ କରି ପିଟିପିଟି ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛ ରାମ । ମୃତ ଦେଉଲାଙ୍କ ୩ ସନ୍ତାନଙ୍କୁ ବାଲେଶ୍ୱର ଶିଶୁ ସୁରକ୍ଷା କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି ।

Show More

Related Articles

Back to top button