ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସାକ୍ଷାତକାରସ୍ୱତନ୍ତ୍ର

ପୈତୃକ ଘରେ ପହଞ୍ଚି ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଯୋଗୀ

ମା'ଙ୍କ ଖୁସି କହିଲେ ନସରେ

ଡେରାଡୁନ୍‌: ପୈତୃକ ଘରେ ପହଞ୍ଚି ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଯୋଗୀ ଆଦିତ୍ୟନାଥ ।  ଦୀର୍ଘ ୨୮ ବର୍ଷ ପରେ ନିଜ ପୈତୃକ ଘରେ ପାଦ ଦେବା ସହ ମା ଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କୁ ଦେଖି ତାଙ୍କ ମା ଖୁସି ହେବା ସହ କାନ୍ଦି ପକାଇଥିଲେ । ଅନେକ ବର୍ଷ ପରେ ମାଙ୍କୁ ପାଖରେ ପାଇ ମନ ଖୋଲି କଥା ହେଲେ ଯୋଗୀ ।  ଏଥିସହ ନିଜ ଘରେ ରାତି ଯାପନ ମଧ୍ୟ କରିଥିବା ଜଣାପଡିଛି। ଯାହାର ଫଟୋ ମୁଖ୍ୟମନ୍ତ୍ରୀ ଟୁଇଟ୍‌ରରେ ଶେୟାର କରିଛନ୍ତି।

ଯୋଗୀ ଆଦିତ୍ୟନାଥ ୫ ବର୍ଷ ପରେ ନିଜ ପୈତୃକ ଗାଁରେ ପହଞ୍ଚିଥିବାବେଳେ ସନ୍ନ୍ୟାସୀ ଜାବନ କାଟିବାର ଦୀର୍ଘ ୨୮ ବର୍ଷ ପରେ ନିଜ ଘରେ ପାଦ ଦେଇଛନ୍ତି । ଏହା ପୂର୍ବରୁ ଉତ୍ତରାଖଣ୍ଡ ନିର୍ବାଚନ ସମୟରେ ପ୍ରଚାର ନିମନ୍ତେ ସେ ନିଜ ଗାଁକୁ ଯାଇଥିଲେ, ହେଲେ ଘରକୁ ଯାଇ ନ ଥିଲେ। କରୋନା ସମୟରେ ଯୋଗୀଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ସେ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ। ଯୋଗୀ ଆଜି ନିଜ ଭାଇଙ୍କ ମଣ୍ଡନ କାର୍ଯ୍ୟକ୍ରମରେ ଯୋଗ ଦେବେ ।  ଏହାପରେ ସେ ହରିଦ୍ୱାର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାଯାଇଛି।

Show More

Related Articles

Back to top button