ଦେଶମୁଖ୍ୟ ଖବର

ଘନଶ୍ୟାମ୍ ନାୟକ ଏବଂ ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ନିକଟରେ ‘ତାରକ ମେହେତା କା ଉଲଟା ଚଶମା’ରେ ‘ନଟୁ କାକା’ ଚରିତ୍ରରେ ଅଭିନୟ କରିଥିବା ଘନଶ୍ୟାମ୍ ନାୟକଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଶୋ’ର ପୁରା ଟିମ୍ ଏବଂ କାଷ୍ଟ ଦୁଃଖରେ ଭାଙ୍ଗିପଡିଥିଲେ । ତାଙ୍କ ମୃତ୍ୟୁରେ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ସହ ଜଡିତ ସ୍ମୃତିକୁ ପ୍ରଶଂସକଙ୍କ ସହ ସେୟାର କରିଥିଲେ ।

ଗତକାଲି ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଅରବିନ୍ଦଙ୍କ ଭଣଜା କୌସ୍ତୁଭ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଟୁ କାକା ଏବଂ ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ‘ଗତ କିଛି ଦିନ ହେବ ଆମେ ଦୁଇଜଣ ପ୍ରତିଭାବାନ କଳାକାରଙ୍କୁ ହରାଇଛୁ । ସେହି ଦୁଇଜଣ କଳାକାର ନିଜ କାର୍ଯ୍ୟ ସହିତ ଲୋକଙ୍କ ହୃଦୟ ଜିତିଥିଲେ । ତାଙ୍କର ବହୁମୁଖୀ ଚରିତ୍ର ପାଇଁ ସେ ସ୍ମରଣୀୟ ହେବେ । ସେ ଅତ୍ୟନ୍ତ ଦୟାଳୁ ଓ ନମ୍ର ଥିଲେ ।’ ପ୍ରଧାନମନ୍ତ୍ରୀ ଏହି ଟ୍ୱିଟ୍ ସହ ସେୟାର କରିଥିବା ଫଟୋରେ ସେ ‘ତାରାକ ମେହେଟ୍ଟା କା ଉଲଟା ଚଶମା’ ଟିମ୍ ସହ ଛିଡା ହୋଇଛନ୍ତି । ଏହି ଫଟୋରେ ଶୋ ‘ନିର୍ମାତା ଅସିତ ମୋଦୀ, ନଟୁ କାକା ଏବଂ ବାଘାଙ୍କୁ ଦେଖିବାକୁ ମିଳିଛି ।

ଏଥି ସହ ପ୍ରଧାନମନ୍ତ୍ରୀ ଏହି ଟୁଇଟ୍ ମାଧ୍ୟମରେ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ‘ଆମେ ଶ୍ରୀ ଅରବିନ୍ଦ ତ୍ରିବେଦୀଙ୍କୁ ହରାଇଛୁ, ଯିଏ କେବଳ ଜଣେ ଅସାଧାରଣ ଅଭିନେତା ନୁହଁନ୍ତି ବରଂ ଜନସେବା ପ୍ରତି ମଧ୍ୟ ଆଗ୍ରହୀ ଥିଲେ। ଭାରତୀୟ ପିଢି ପାଇଁ, ସେ ରାମାୟଣ ଟିଭି ସିରିଏଲରେ ତାଙ୍କ କାମ ପାଇଁ ସ୍ମରଣୀୟ ହେବେ । ଓମ୍ ଶାନ୍ତି। ‘

Show More

Related Articles

Back to top button