ଦେଶ ବିଦେଶମନୋରଞ୍ଜନ

ଭାଇ ଗିରଫ ହେବା ପରେ ଟାର୍ଗେଟ୍‌ରେ ଭଉଣୀ ସୁହାନା

ବଞ୍ଚିବା ପାଇଁ ଉଠାଇଲେ ବଡ ପଦକ୍ଷେପ

ଡ୍ରଗ୍ସ ମାମଲାରେ କିଙ୍ଗଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଯାଇଛି। ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଡ୍ରଗ୍ ପାର୍ଟିରେ ସାମିଲ ହୋଇଥିବାରୁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଛି। ଯାହାପରଠାରୁ ଷ୍ଟାର କିଡ୍ ପୁଣି ଥରେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି। ଏପରିକି ଶାହାରୁଖଙ୍କ ଝିଅ ସୁହାନାଙ୍କୁ ମଧ୍ୟ ଇନଷ୍ଟାଗ୍ରାମରେ ଟ୍ରୋଲର୍ସ କମେଣ୍ଟ ଦେବାକୁ ପଛାଉନାହାଁନ୍ତି। ଯାହାଫଳରେ ସୁହାନା ଏକ ବଡ ପଦକ୍ଷେପ ନେଇଛନ୍ତି। ସୁହାନା ସୋସିଆଲ ମିଡିଆରେ ବହୁତ ସକ୍ରିୟ, ସେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରନ୍ତି।

କିନ୍ତୁ ତାଙ୍କ ଭାଇ ଗିରଫ ପରେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରୁଛନ୍ତି। ଏହି କାରଣରୁ ସୁହାନା ତାଙ୍କ ଇନଷ୍ଟାଗ୍ରାମରେ କମେଣ୍ଟ ସେକ୍ସନ୍ ବନ୍ଦ କରିଦେଇଛନ୍ତି। ଯାହାଦ୍ୱାରା କେହି ତାଙ୍କ ଉପରେ କୌଣସି ନକାରାତ୍ମକ ପ୍ରତିକ୍ରିୟା ଦେଇପାରିବେ ନାହିଁ। ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଆଶ୍ୱସ୍ତି ମିଳିନାହିଁ। ଅକ୍ଟୋବର ୭ ପର୍ଯ୍ୟନ୍ତ ଅଭିନେତାଙ୍କ ପୁଅକୁ ଏନସିବି ହେପାଜତରେ ରଖିବାକୁ କୋର୍ଟ କହିଛନ୍ତି। ସେ ଅକ୍ଟୋବର ୭ ରେ ପୁନର୍ବାର ହାଜର ହେବେ।

Show More

Related Articles

Back to top button