ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଝାଡ଼ଖଣ୍ଡ ରାଜନୀତିରେ ଲାଗିରହିଛି ହଟଚମଟ

ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ହଟଚମଟ ଲାଗିରହିଥିବା ଭିତରେ ଆଜି ଆସ୍ଥା ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ସେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ସେ ବିଶ୍ୱାସ ପ୍ରସ୍ତାବ ଆଣିବେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତକାଲି ୟୁପିଏ ମେଣ୍ଟର ସମସ୍ତ ବିଧାୟକ ଛତିଶଗଡ଼ ରାୟପୁରରୁ ଝାଡଖଣ୍ଡ ଫେରିଛନ୍ତି। ସେହିପରି ବିଧାୟକ ମାନଙ୍କ ସହ ରାଞ୍ଚି ସର୍କିଟ ହାଉସରେ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି ହେମନ୍ତ ସୋରେନ । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସୋରେନଙ୍କ ପକ୍ଷରେ ୪୯ ବିଧାୟକ ଅଛନ୍ତି ସେ ମଧ୍ୟରେ ଜେଏମଏମର ୩୦, କଂଗ୍ରେସର ୧୮ ଓ ଆରଜେଡିର ଜଣେ ବିଧାୟକ ଅଛନ୍ତି। ତେବେ ମୁଖ୍ୟ ବିରୋଧ ବିଜେପି ପାଖରେ ୨୬ ବିଧାୟକ ଅଛନ୍ତି। ତେବେ ହେମନ୍ତ ସୋରେନ ସରକାର ଭାଙ୍ଗିବାକୁ ବିରୋଧୀ ଘୋଡ଼ାବେପାର କରିବା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ନିର୍ବାଚନ କମିଶନ ହେମନ୍ତ ସୋରେନଙ୍କ ବିରୋଧରେ ଅଫିସ ଅଫ ପ୍ରଫିଟ ମାମଲାର ତଦନ୍ତ କରି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ଲାଗି ସୁପାରିଶ କରିଛନ୍ତି। ରାଜ୍ୟପାଳ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିବାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ଦୋଛକିରେ ରହିଛି।

 

Show More

Related Articles

Back to top button