Breaking PLUSଦେଶମୁଖ୍ୟ ଖବର
ଭାରତର ଆଧ୍ୟାତ୍ମିକ ଚେତନାର ଅଗ୍ରଦୂତ ସ୍ୱାମୀ ସ୍ମରଣାନନ୍ଦଙ୍କ ବିୟୋଗ ଏକ ବ୍ୟକ୍ତିଗତ କ୍ଷତି ଅଟେ- ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମକୃଷ୍ଣ ମିଶନ ଏବଂ ମଠର ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦ ମହାରାଜଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଭାରତର ଆଧ୍ୟାତ୍ମିକ ଚେତନାର ପ୍ରଖର ବ୍ୟକ୍ତିତ୍ୱ ସ୍ୱାମୀ ସ୍ମରଣାନନ୍ଦଙ୍କ ସମାଧିସ୍ଥ ହେବା ବ୍ୟକ୍ତିଗତ କ୍ଷତି ପରି ଅଟେ ।
ପ୍ରଧାନମନ୍ତ୍ରୀ ନିଜର ଏକ ଭାବପୂର୍ଣ୍ଣ ଲେଖାରେ କହିଛନ୍ତି ଯେ, ଲୋକସଭା ନିର୍ବାଚନର ମହାପର୍ବର ଭିଡ ମଧ୍ୟରେ ଏକ ଏଭଳି ଆସିଥିଲା, ଯାହାକି ମନ-ମସ୍ତିଷ୍କକୁ କିଛି କ୍ଷଣ ପାଇଁ ବିରାମ ଆଣିଥିଲା । କିଛି ବର୍ଷ ପୂର୍ବେ ସ୍ୱାମୀ ଆତ୍ମାସ୍ଥାନନ୍ଦଙ୍କ ମହାପ୍ରୟାଣ ଏବଂ ବର୍ତ୍ତମାନ ସ୍ୱାମୀ ସ୍ମରଣାନନ୍ଦଙ୍କ ଅନନ୍ତ ଯାତ୍ରାକୁ ଯିବା ଦ୍ୱାରା ଅନେକ ଲୋକ ଶୋକସନ୍ତପ୍ତ ହୋଇଯାଇଛନ୍ତି। ମୋର ମନ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ସାଧୁ ଏବଂ ରାମକୃଷ୍ଣ ମଠ ଏବଂ ମିଶନର ଅନୁଗାମୀମାନଙ୍କ ପରି ଦୁଃଖୀ ହୋଇଛି । ସୂଚନାଯୋଗ୍ୟ ଯେ ସ୍ୱାମୀ ସ୍ମାରଣାନନ୍ଦଙ୍କ ମଙ୍ଗଳବାର ରାତିରେ 95 ବର୍ଷ ବୟସରେ ଦେହାନ୍ତ ହୋଇଛି।