Breaking PLUSଓଡ଼ିଶାମୁଖ୍ୟ ଖବର

ଷ୍ଟ୍ରେଚରରେ 3 କିଲୋମିଟର ବୁହା ହେଲେ ଅସୁସ୍ଥ ବୃଦ୍ଧା

ଆସିପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହା ହେଲେ 3 କିଲୋମିଟର। ମୟୁରଭଞ୍ଜ ଜିଲ୍ଲା ଜଶିପୁର ବ୍ଳକ ଅନ୍ତର୍ଗତ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତରୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଆସିପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହା ହେଲେ 3 କିଲୋମିଟର। ମୟୁରଭଞ୍ଜ ଜିଲ୍ଲା ଜଶିପୁର ବ୍ଳକ ଅନ୍ତର୍ଗତ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତରୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଉକ୍ତ ଗ୍ରାମର ଟୁରି ତିରିଆ ନାମକ ଜୈନେକ ବୃଦ୍ଧ ଆଜି ଗୁରୁତର ଅସୁସ୍ଥ ହୋଇଥିଲେ, ତେବେ ଉକ୍ତ ଗାଁକୁ ଯାତାୟାତ ପାଇଁ କୌଣସି ସୁବିଧା ନଥିବା ବେଳେ ପରିବାର ଲୋକେ ନିକଟରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ। ତେବେ ସେଠାରେ ଫୋନ କରିବା ପାଇଁ ସେପରି ସୁବିଧା ନ ଥିବାରୁ ଏକ ଫୋନ ପଏଣ୍ଟକୁ ସ୍ୱାସ୍ଥ୍ୟକର୍ମୀ ଯାଇ ୧୦୮ ଡକାଇ ଥିଲେ। ହେଲେ ଗାଁ କୁ ଯିବା ପାଇଁ କୌଣସି ଭଲ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସଟି ତିନି କିଲୋମିଟର ଦୂରରେ ରହିଥିଲା। ୧୦୮ ରହିଥିବା ସ୍ଥାନରୁ କୌଣସି ଫୋନ କଲର ସୁବିଧା ନଥିବାରୁ ଅସୁସ୍ଥ ଥିବା ପରିବାର କିମ୍ବା ସ୍ୱାସ୍ଥ୍ୟ କର୍ମୀ କାହା ସହିତ ଯୋଗାଯୋଗ ହୋଇ ପାରି ନଥିଲା। ଫଳରେ ବାଧ୍ୟହୋଇ ୧୦୮ କର୍ମଚାରୀ ମାନେ ଷ୍ଟ୍ରେଚର ଧରି ଉକ୍ତ ଗ୍ରାମକୁ ଯାଇଥିଲେ। ସେଠାରୁ ଗୁରୁତର ଅସୁସ୍ଥ ରୋଗୀକୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସର ସମସ୍ତ କର୍ମଚାରୀ ମିଶି କାନ୍ଧରେ ତିନି କିଲୋମିଟର ବୋହିଆଣି ମାନବିକତା ଦେଖାଇଛନ୍ତି।

ତେବେ ସେଠାରୁ ଅସୁସ୍ଥ ବୃଦ୍ଧାକୁ ଆଣିବା ପରେ ଜଶିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ଧ୍ୟା ୬ଟା ରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଏଠାରେ ସ୍ଥିରଥିବା ଜଣା ପଡିଛି । ଏଠାକାର ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ବି ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉନାହିଁ। ଯାହା ଫଳରେ ଗ୍ରାମବାସୀଙ୍କ ଅବସ୍ତା ନାହିଁ ନ ଥିବା ଦେଖିବାକୁ ମିଳିଛି । ସେହିପରି ଏପରି ମାନବିକତା ଦେଖାଇ ଥିବା ୧୦୮କର୍ମଚାରୀ ମାନେ ହେଲେ EMT ବଣ୍ଟୁ ଦୋଳଇ ,୧୦୮ ଡ୍ରାଇଭର ନବୀନ ବେହେରା ଏବଂ ହେଲପର ଫୋକିର ମାର୍ଣ୍ଡି ଗ୍ରାମବାସୀଙ୍କ ସହାୟତାରେ ୧୦୮ ପର୍ଯ୍ୟନ୍ତ ବୋହିଆଣୀ ନିଜର ମହାନିୟତାର ପରିଚୟ ସୃଷ୍ଟି କରି ପାରିଛନ୍ତି ।

Show More

Related Articles

Back to top button