Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟର ୧୨ ସ୍ଥାନରେ ରାତ୍ରୀ ତାପମାତ୍ରା ୧୧ ଡ଼ିଗ୍ରୀ ତଳେ
ଜି.ଉଦୟଗିରିରେ ସର୍ବନିମ୍ନ ୭.୦ ଡ଼ିଗ୍ରୀ ରେକର୍ଡ଼

ଭୁବନେଶ୍ଵର, ୨୯ ଜାନୁଆରୀ – ରାଜ୍ୟର ୧୨ଟି ସ୍ଥାନରେ ରାତ୍ରୀ ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି । ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ସୁନ୍ଦରଗଡ଼ରେ ୮.୬ ଡ଼ିଗ୍ରୀ, କିରେଇରେ ୯.୦ ଡ଼ିଗ୍ରୀ, ଫୁଲବାଣୀରେ ୯.୫ ଡ଼ିଗ୍ରୀ, ସିମିଳିଗୁଡାରେ ୯.୬ ଡ଼ିଗ୍ରୀ, ଅନୁଗୁଳରେ ୧୦.୦ ଡ଼ିଗ୍ରୀ, କୋରାପୁଟରେ ୧୦.୦ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୧୦.୫ ଡ଼ିଗ୍ରୀ, ବରଗଡ଼ରେ ୧୦.୬ ଡ଼ିଗ୍ରୀ, ରାଉରକେଲାରେ ୧୦.୭ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୧୦.୮ ଡ଼ିଗ୍ରୀ ଏବଂ କେନ୍ଦୁଝରଗଡ଼ରେ ରାତ୍ରୀ ତାପମାତ୍ରା ୧୦.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।