Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କଂଗ୍ରେସର ଓଡିଶା ବଂଚାଅ ସମାବେଶ

ଭୁବନେଶ୍ୱର, 29 ଜାନୁଆରୀ – ଭୁବନେଶ୍ୱର ଲୋୟର ପିଏମଜିରେ ଆଜି (ସୋମବାର)ଓଡିଶା ପିସିସି ପକ୍ଷରୁ “ଓଡିଶା ବଂଚାଅ ସମାବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଥିରେ ଅଖିଳ ଭାରତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେବେ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଖଡଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଖଡଗେଙ୍କୁ ସ୍ୱାଗତ ଜଣାଇବା ପାଇଁ ହଜାର ହଜାର କଂଗ୍ରେସ କର୍ମୀ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଭିଡ ଜମାଇଛନ୍ତି । ଦଳର ବରିଷ୍ଠ ନେତାମାନେ ଖଡଗେଙ୍କୁ ପାଛୋଟି ନେବାକୁ ଅପେକ୍ଷା କରି ରହିଛନ୍ତି । ବିମାନବନ୍ଦରରୁ ବିରାଟ ପଟୁଆରରେ ଖଡଗେଙ୍କୁ ସମାବେଶ ସ୍ଥଳକୁ ଅଣାଯିବ । ଏଆଇସିସି ସଭାପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ।

Show More

Related Articles

Back to top button