Breaking PLUSଓଡ଼ିଶାମୁଖ୍ୟ ଖବର

୬ ସହରର ରାତ୍ରୀ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ : ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ସର୍ବନିମ୍ନ ୮.୩ ଡ଼ିଗ୍ରୀ

ଭୁବନେଶ୍ଵର, ୧୬ ଡିସେମ୍ବର – ଗତ କିଛି ଦିନ ହେଲା ରାଜ୍ୟରେ ଥଣ୍ଡା ବଢିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ୬ ସହରର ରାତ୍ରୀ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରହିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ରାତ୍ରୀ ତାପମାତ୍ରା ସର୍ବନିମ୍ନ ୮.୩ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୮.୪ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୮.୫ ଡ଼ିଗ୍ରୀ, କୋରାପୁଟରେ ୯.୫ ଡ଼ିଗ୍ରୀ, ଭଦ୍ରକ ଜିଲ୍ଲାର ରାଣୀତାଲରେ ୯.୬ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ରାତ୍ରୀ ତାପମାତ୍ରା ୯.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ଅନୁରୂପ ଭାବେ ସମ୍ବଲପୁର ଜିଲ୍ଲାର ଚିପିଲିମାରେ ୧୦ ଡ଼ିଗ୍ରୀ, ଅନୁଗୁଳରେ ୧୦ ଡ଼ିଗ୍ରୀ, କେନ୍ଦୁଝରରେ ୧୦ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୧୦ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୧୦ ଡ଼ିଗ୍ରୀ ଏବଂ ଝାରସୁଗୁଡ଼ାରେ ରାତ୍ରୀ ତାପମାତ୍ରା ୧୦.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button