Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ

ପୁରୀ, ୧୬ ଡିସେମ୍ବର – ପବିତ୍ର ଧନୁ ସଂକ୍ରାନ୍ତିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ପହିଲି ଭୋଗ ଲାଗି ହୋଇଛି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳର ଗୋପାଳବଲ୍ଲଭ ଭୋଗ ସହିତ ‘ ଏହି ପହିଲି ଭୋଗ ‘ ଅନୁଷ୍ଠିତ ହେବ ।

ପହିଲି ଭୋଗରେ ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରା, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ,ଏଣ୍ଡୁରି, ନଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଂଟେଇ ପ୍ରଭୃତି ଭୋଗ ଲାଗି ହୋଇଛି । ଶ୍ରୀମନ୍ଦିରରେ ପହଲି ଭୋଗ ପାଇଁ ସଅଳ ନୀତି ଅନୁଷ୍ଠିତ ହେଉଛି । ଏହି ପହିଲି ଭୋଗ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

Show More

Related Articles

Back to top button