Breaking PLUSଓଡ଼ିଶାଜୀବନଚର୍ଯ୍ୟାଦେଶ ବିଦେଶବ୍ୟକ୍ତିତ୍ୱମନୋରଞ୍ଜନମୁଖ୍ୟ ଖବରସ୍ୱତନ୍ତ୍ର

ବେଦୀରୁ ଉଠି ଶାଶୁଘର ଯିବା ପୂର୍ବରୁ ଭୋଟ୍ ଦେଲେ ନବ ବିବାହିତା

 ଉତ୍ତରପ୍ରଦେଶରେ ଆଜି ତୃତୀୟ ନିର୍ବାଚନ ପର୍ଯ୍ୟାୟର ମତଦାନ ଚାଲିଛି ।

 ଉତ୍ତରପ୍ରଦେଶରେ ଆଜି ତୃତୀୟ ନିର୍ବାଚନ ପର୍ଯ୍ୟାୟର ମତଦାନ ଚାଲିଛି । ଲୋକେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଉଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ଫିରୋଜବାଦର ଏକ ଦୃଶ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବେଦୀରୁ ଉଠି ଶାଶୁଘରକୁ ଯିବା ପୂର୍ବରୁ ଭୋଟଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଥିଲେ ନବ ବିବାହିତା ।

ମିଳିଥିବା ସୂଚନା ମୁତାବକ, ଫିରୋଜାବାଦ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ହନୁମାନଗଡର ୩୦୫ ନମ୍ବର ବୁଥରେ ସକାଳୁ ସକାଳୁ ପହଞ୍ଚିଥିଲେ ଜଣେ ନବ ବିବାହିତା କନ୍ୟା । ହଠାତ୍ ବର କନ୍ୟା ଗାଡି କାହିଁକି ଭୋଟଦାନ କେନ୍ଦ୍ରରେ ପହଞ୍ଚିଲା ତାହାର କାରଣ କେହି ଜାଣିପାରିନଥିଲେ । ତେବେ ଗାଡି ଭିତରୁ ଯେତେବେଳେ ନବ ବିବାହିତ କନ୍ୟା ଆସି ଭୋଟ ଦେବାକୁ ବୁଥ୍ ଭିତରକୁ ପଶିଲେ ତାହା ସମସ୍ତଙ୍କୁ ଆଚମ୍ୱିତ କରିଥିଲା । ତେବେ ଉକ୍ତ ନବ ବିବାହିତ କନ୍ୟା ଜଣକ କହିଛନ୍ତି, ଶାଶୁଘର ଯିବା ପୂର୍ବରୁ ମତଦାନ କରି ବହୁତ ଭଲ ଲାଗିଲା । ଆଉ ଉକ୍ତ କନ୍ୟା ଜଣଙ୍କର ଏଭଳି ଆଭିମୁଖ୍ୟ ଲୋକତନ୍ତ୍ରକୁ ଆହୁରି ସୁଦୃଢ କରିବ ।

ଏହାପୂର୍ବରୁ ଗତ ୧୪ ଫେବ୍ରୁଆରୀରେ ମଧ୍ୟ ଏଭଳି ଏକ ଘଟଣା ଉତ୍ତରାଖଣ୍ଡରୁ ଆସିଥିଲା । ଯେତେବେଳେ ବିବାହ ପୂର୍ବରୁ ବର ଓ କନ୍ୟା ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଏବଂ ସମସ୍ତଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ଏହାକୁ ଦେଖି ଲୋକମାନଙ୍କ ମନରେ ଭୋଟ ଦେବାର ଗୋଟେ ଉର୍ତ୍ସାହ ଜାଗ୍ରତ ହେବ ।

Show More

Related Articles

Back to top button