Breaking PLUSଶିକ୍ଷା

ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ

ଆଜି ପ୍ରକାଶ ପାଇଛି ନିଟ୍ ରେଜଲ୍ଟ । ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷା(ନିଟ୍‌) ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯାଇଛି । ଦୁଇ ଜଣ ଆଶାୟୀଙ୍କ ପରୀକ୍ଷା ପୁଣି କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଆଜି ରେଜଲ୍ଟ ପ୍ରକାଶ କରିଛି ।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଓ ବିଦେଶର ବିଭିନ୍ନ କେନ୍ଦ୍ରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଫଳାଫଳ ଘୋଷଣା କରିଥିବା ବେଳେ ଏବେ ପିଲାମାନେ neet.nta.nic.in ନିଜର ରେଜଲ୍ଟ ଦେଖିପାରିବେ । ସେହିପରି ଇ-ମେଲ ଯୋଗେ ପିଲାମାନଙ୍କୁ ସେମାନଙ୍କ ରେଜଲ୍ଟ ମଧ୍ୟ ପଠାଇ ଦିଆଯାଇଛି ।

Show More

Related Articles

Back to top button