Breaking PLUSଦେଶ ବିଦେଶମୁଖ୍ୟ ଖବର

ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋକୁ ସପଳତା, ୧୦୦୦ କୋଟିର ହେରୋଇନ ଜବତ

ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀମାନେ ଶୁକ୍ରବାର ଚେନ୍ନାଇ ସହରରୁ ଦୁଇଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କ୍ୱିଣ୍ଟାଲ ହେରୋଇନ ଜବତ କରିଛନ୍ତି। ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀମାନେ ଶୁକ୍ରବାର ଚେନ୍ନାଇ ସହରରୁ ଦୁଇଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କ୍ୱିଣ୍ଟାଲ ହେରୋଇନ ଜବତ କରିଛନ୍ତି। ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶ୍ରୀଲଙ୍କାରେ କାର୍ଯ୍ୟ କରୁଥିବା ଏହି ରାକେଟର ଚେର ମାଳଦ୍ୱୀପ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପୀଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୨୦୨୦ ନଭେମ୍ବରରେ ଭାରତ ଓ ଶ୍ରୀଲଙ୍କା ନୌବାହିନୀର ମିଳିତ ଉଦ୍ୟମରେ ଟୁଟିକୋରିନ ବନ୍ଦରରେ ଲଙ୍ଗର ପକାଇଥିବା ଏକ ଶ୍ରୀଲଙ୍କା ଜାହାଜରୁ ୯୬ କିଗ୍ରା ହେରୋଇନ ଓ ୧୮ କିଗ୍ରା ମେଥାମଫେଟାମାଇନ ଜବତ କରାଯାଇଥିଲା ଓ ଉକ୍ତ ଜାହାଜର ୬ ନାବିକଙ୍କୁ ଗିରଫ କରାଯାଇଥିଲା।

Show More

Related Articles

Back to top button