ନିଜ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା

ବଣାଇ : ଦୁନିଆରେ ବାପା-ମାଙ୍କୁ ଛାଡିଦେଲେ ନିଜର ବୋଲି କେହି ନୁହଁନ୍ତି । ନିଜ ସନ୍ତାନ ପାଇଁ ବାପା-ମା ସାଜିଥାନ୍ତି ରକ୍ଷା କବଚ । କିନ୍ତୁ ପରିସ୍ଥିତି ଏମିତି ହେଲା ଯେ, ନିଜ ପୁଅକୁ ବି ହାଣିବାକୁ ପଛେଇଲାନି ନିଜ ବାପା । ରକ୍ଷାସ ସାଜିଲା ବାପା ରାଗରେ ବଶବର୍ତ୍ତୀ ହୋଇ ନିଜ ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣିଲାବାକୁ ବି ପଛେଇଲାନି । ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ବରଘାଟ ଗାଁରେ। ମୃତ ଯୁବକ ଜଣକ ହେଲେ ବିଜୁ କୁମ୍ଭାର। ବାପା ରେଙ୍ଗୁଟୁ କୁମ୍ଭାରଙ୍କୁ ପୁଲିସ ଗିରଫ କରିଛି। ଗତକାଲି ରାତିରେ ବିଜୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ପରେ କୌଣସି କଥାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା। ଏହି ଝଗଡା ଉଗ୍ରରୂପ ନେଇଥିଲା। ରେଙ୍ଗୁଟି ଉତକ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ପୁଅ ମୁଣ୍ଡକୁ ହାଣି ଦେଇଥିଲା। ପରିବାର ଲୋକେ ବାପପୁଅଙ୍କ ଝଗଡ଼ା ଶୁଣି ଦୌଡ଼ି ଆସିଥିଲେ। ପୁଅ ବିଜୁଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରତର ହେବାରୁ ପରେ ତାଙ୍କୁ ରାଉରକେଲାସ୍ଥିତ ଆରଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାର ଡାକ୍ତର ବିଜୁଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।