ଓଡ଼ିଶାପୂଜା ପାର୍ବଣଭକ୍ତି

ଆଜି ହେଉଛି ଅନନ୍ତ ଦେବଙ୍କ ବ୍ରତ

କଥାରେ ଅଛି ଓଡିଶାରେ ବାର ମାସରେ ତେର ପର୍ବ । ତେଣୁ ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ଆଜି ଅନନ୍ତବ୍ରତ ଅଥବା ଅନନ୍ତଦେବଙ୍କ ବ୍ରତ ଅଟେ । ନିଜର ଯେକୌଣସି ମାନସିକ ପାଇଁ ଏହି ବ୍ରତ ଉଭୟ ପୁରୁଷ ଓ ମହିଳାମାନେ ପାଳନ କରନ୍ତି ।

ଏହି ବ୍ରତର ମୁଖ୍ୟ ନିୟମ ହେଉଛି ଥରେ ବ୍ରତ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହ କରିବାକୁ ପଡେ । ତେବେ ଏଥିରେ ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାଙ୍କୁ ପୂଜା କରାଯାଏ ।

ସେହିପରି ଅଷ୍ଟକୁଳା ନାଗକୁ ପୂଜା କରିବାର ମଧ୍ୟ ପରମ୍ପରା ରହିଛି । ଏହିଦିନ ଅନନ୍ତ ଦେବ ନାନା ରତ୍ନ ଅଳଙ୍କାର ସହିତ ଚାରିଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି । ସେହିପରି ଏହି ଦିନ ପୁରୁଣା ବ୍ରତକୁ ଫିଟାଇ କ୍ଷୀରରେ ପକାଇ ବିସର୍ଜନ କରିବାପରେ  ନୂଆ ବ୍ରତ ଧାରଣ କରିଥାନ୍ତି ବ୍ରତଧାରୀ ।

Show More

Related Articles

Back to top button