ଦେଶସ୍ୱତନ୍ତ୍ର

ଖୁବଶୀଘ୍ର ବୋଲଗଡ଼ ରୋଡ ରେଳ ଷ୍ଟେସନର ନାମରେ ହେବ ପରିବର୍ତ୍ତନ

ପରିବର୍ତ୍ତନ ହେବ ବୋଲଗଡ଼ ରୋଡ ରେଳ ଷ୍ଟେସନର ନାମ । ମାଣିକଗୋଡ଼ା ନାମରେ ନୂଆ ନାମକରଣ କରାଯିବ । ଏହି ସମ୍ୱନ୍ଧରେ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସୂଚନା ଅନୁଯାୟୀ, ଏବାବଦରେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ରେଳମନ୍ତ୍ରୀ ପତ୍ର ଲେଖି ଜଣାଇଛନ୍ତିବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଷ୍ଟେସନ ନାମ ପରିବର୍ତ୍ତନ କରିବା ପାଇଁ ଅପରାଜିତା ରେଳ ମନ୍ତ୍ରୀ ଅଶ୍ୱିନୀଙ୍କୁ ଚିଠି ଲେଖିଥିଲେ ।

ସୂଚନାଯୋଗ୍ୟ ଯେ, ଅପରାଜିତା ଷଡ଼ଙ୍ଗୀ ବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହ କ୍ରମେ ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ କରି ମାଣିକଗୋଡ଼l ଷ୍ଟେସନ ରଖିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବରୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ନାମ ପରିବର୍ତ୍ତନ ନେଇ ଅନାପତ୍ତି ପତ୍ର ପ୍ରଦାନ କରାଯାଇଛି।

Show More

Related Articles

Back to top button