Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ରାତି ଅଧରେ ଘରେ ପଶି ସୁନା ଲୁଟିବା ସହ, ପରିବାରର ତିନି ଜଣଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ

ଆନନ୍ଦପୁର : ରାତି ଅଧରେ ଘରେ ପଶି ସବୁ ସୁନା ଅଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଏହାସହ ମାରଣାସ୍ତ୍ରରେ ପରିବାରର ୩ ଜଣଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ। ଏବେ ଗୁରୁତର ୩ ଜଣ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁଠାରେ । ଗତକାଲି ବିଳମ୍ବିତ ରାତିରେ। ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ଗୋଲକ ପାଢୀ, ତାଙ୍କ ପତ୍ନୀ ଜୟନ୍ତୀ ଓ ଝିଅ ପ୍ରୀତିମୟୀ । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ପରେ ବାରିଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି କେତେକ ମୁଖା ପିନ୍ଧା ଦୁର୍ବୃତ୍ତ ପଶିଥିଲେ। ଏହାପରେ ସେମାନେ ଆଲମାରି ତାଡ଼ି ୧ଲକ୍ଷ ୮୦ ହଜାର ଟଙ୍କା , ସୂନା ଓ ୨ଟି ମୋବାଇଲ୍  ଲୁଟିନେଇଥିଲେ । ଏହି ସମୟରେ ଗୋଲକଙ୍କ ପରିବାର ଲୋକେ ଉଠି ପଡ଼ିବାରୁ ସେମାନେ ତାଙ୍କୁ ଲୁହାରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଏହାପରେ ଦୁର୍ବୃତ୍ତମାନେ ବାହାରୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ। ଗୋଲକଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି  ପାଖ ପଡୋଶୀ ପହଞ୍ଚି  ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।  ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଚୋରି ହୋଇଥିବା ମୋବାଇଲକୁ ଟ୍ରାକ୍‌  କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button