ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଆଜି INS ବିକ୍ରାନ୍ତର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଆଜି ଲୋକାର୍ପଣ ହେବ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS । ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହାକୁ କୋଚିନ ସିପୟାର୍ଡ ପକ୍ଷରୁ ନିର୍ମାଣ କରାଯାଇଥିବାବେଳେ ଏହାର ଡିଜାଇନ ଭାରତୀୟ ନୌସେନାର ଓ୍ୱାରସିପ ଡିଜାଇନ ବ୍ୟରୋ ପକ୍ଷରୁ କରାଯାଇଛି।

IAC ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବାବେଳେ ୪ର୍ଥ ସାମୁଦ୍ରିକ ପରୀକ୍ଷଣ ଗତ ଜୁଲାଇ ୧୦ରେ ସମାପ୍ତ ହୋଇଥିଲା। ଭାରତୀୟ ନୌସେନାର ଡାଇରୋକ୍ଟରେଟ୍ ଅଫ ନାଭାଲ ଡିଜାଇନ ପକ୍ଷରୁ ଏହି ଯୁଦ୍ଧପୋତର ଡିଜାଇନ୍ କରାଯାଇଛି । ଏପରି କ୍ଷମତା ହାସଲ କରିବାରେ ଭାରତ ବିଶ୍ବର ଅଳ୍ପ କିଛି ଦେଶଙ୍କ ମଧ୍ୟରେ ସାମିଲ ହୋଇଛି । ଏହା ୮୬୦ ଫୁଟ ଲମ୍ବ, ୨୦୩ ଫୁଟ ଚଉଡ଼ା ଓ ଓଜନ ପ୍ରାୟ ୪୫ ହଜାର ମେଟ୍ରିକ ଟନ । ପ୍ରାୟ ୨୩ ହଜାର କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏଥିରେ ପ୍ରାୟ ୨୧ ହଜାର ୫୦୦ ଟନ ଓଜନର ସ୍ୱତନ୍ତ୍ର ଗ୍ରେଡ ଷ୍ଟିଲ ଲାଗିଛି ।

ଏହା ଏତେ ବଡ଼ ଯେ ଏହାର ଡେକରେ ଦୁଇଟି ଫୁଟବଲ ପଡ଼ିଆ ରହିପାରିବ । ଏଥିରେ ଏକା ସମୟରେ ୧୭ ଶହ କର୍ମଚାରୀ ରହିପାରିବେ

Show More

Related Articles

Back to top button