Breaking PLUSଓଡ଼ିଶାମୁଖ୍ୟ ଖବର

ମେ ୩ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମେ ୩ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷାର କାର୍ଯ୍ୟସୂଚୀ ଆଜି ‌ପ୍ରକାଶ ପାଇଛି। ତିନିଟି ଯାକ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବ। ସକାଳ ୭ଟା ୪୫ରୁ ପରୀକ୍ଷାର୍ଥୀଙ୍କୁ (ଉଭୟ ଅବ୍‌ଜେକ୍ଟିଭ ଓ ସବ୍‌ଜେକ୍ଟିଭ୍) ପ୍ରଶ୍ନପତ୍ର ମିଳିବ।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମେ ୩ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷାର କାର୍ଯ୍ୟସୂଚୀ ଆଜି ‌ପ୍ରକାଶ ପାଇଛି। ତିନିଟି ଯାକ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବ। ସକାଳ ୭ଟା ୪୫ରୁ ପରୀକ୍ଷାର୍ଥୀଙ୍କୁ (ଉଭୟ ଅବ୍‌ଜେକ୍ଟିଭ ଓ ସବ୍‌ଜେକ୍ଟିଭ୍) ପ୍ରଶ୍ନପତ୍ର ମିଳିବ। ପାର୍ଟ-୧ (ଅବ୍‌ଜେକ୍ଟିଭ୍ ପରୀକ୍ଷା) ସକାଳ ୮ଟାରୁ ୯ଟା ଓ ପାର୍ଟ-୨(ସବ୍‌ଜେକ୍ଟିଭ୍ ପରୀକ୍ଷା) ୯ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ। ଗଣିତ ସବ୍‌ଜେକ୍ଟିଭ୍ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ମିନିଟ୍‌ ସମୟ ମିଳିବ। ଅର୍ଥାତ ଗଣିତ ଅବ୍‌ଜେକ୍ଟିଭ୍ ୯ଟା ୧୫ରେ ସରିବ। ପରୀକ୍ଷାର୍ଥୀମାନେ ପାର୍ଟ-୧ର ଉତ୍ତର ଓଏମ୍‌ଆର୍‌ ସିଟ୍‌ରେ ଓ ପାର୍ଟ-୨ର ଉତ୍ତର କୋଶ୍ଚିନ୍ କମ୍ ଆନ୍‌ସର ବୁକ୍‌ଲେଟ୍‌ରେ ଲେଖିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍) ମେ ୩ ସୋମବାରଠାରୁ ଆରମ୍ଭ ହୋଇ ମେ ୧୫, ଶନିବାର ଶେଷ ହେବ। ମେ ୩ତାରିଖ ସୋମବାର ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲଗୁ), ୫ତାରିଖ ବୁଧବାର ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୁକ-ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା, ୭ତାରିଖ ଶୁକ୍ରବାର ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି), ୮ତାରିଖ ଶନିବାର ତୃତୀୟ ଭାଷା ସଂସ୍କୃତ, ୯ତାରିଖ ରବିବାର ଭିଜୁଆଲ୍‌ ଆର୍ଟ ପ୍ରାକ୍ଟିକାଲ, ୧୦ ତାରିଖ ସୋମବାର ଗଣିତ, ୧୨ ତାରିଖ ବୁଧବାର ବିଜ୍ଞାନ, ୧୫ ତାରିଖ ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ।

ସେହିପରି ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫ‌ିକେଟ୍‌ ପରୀକ୍ଷାର ମେ ୩ତାରିଖ ସୋମବାର ଦିନ ଓଡ଼ିଆ, ତେଲଗୁ, ଉର୍ଦ୍ଦୁ, ୪ ତାରିଖ ମଙ୍ଗଳବାର ପେଣ୍ଟିଂ (ଥିଓରୀ), ୫ ତାରିଖ ବୁଧବାର ଇଂରାଜୀ, ୬ ତାରିଖ ଗୁରୁବାର ହୋମ୍‌ ସାଇନ୍‌ସ, ୭ ତାରିଖ ଶୁକ୍ରବାର ହିନ୍ଦୀ, ୮ ତାରିଖ ଶନିବାର ସଂସ୍କୃତ, ୯ ତାରିଖ ରବିବାର ପେଣ୍ଟିଂ ପ୍ରାକ୍ଟିକାଲ,୧୦ ତାରିଖ ସୋମବାର ଗଣିତ, ୧୧ ତାରିଖ ମଙ୍ଗଳାବାର ହୋମ୍‌ସାଇନ୍‌ସ ପ୍ରାକ୍ଟିକାଲ, ୧୨ ତାରିଖ ବୁଧବାର ବିଜ୍ଞାନ, ୧୩ ତାରିଖ ଗୁରୁବାର ଇଣ୍ଡିଆନ୍ କଲ୍‌ଚର ଆଣ୍ଡ୍‌ ହେରିଟେଜ୍, ୧୫ ତାରିଖ ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ମଧ୍ୟମା(ସଂସ୍କୃତ) ପରୀକ୍ଷାର ମେ ୩ ତାରିଖ ସୋମବାର ପେପର-୧ ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ୪ତାରିଖ ମଙ୍ଗଳବାର ପେପର-୨ ସଂସ୍କୃତ ସାହିତ୍ୟମ୍‌, ୫ତାରିଖ ବୁଧବାର‌ ପେପର-୩ ପ୍ରୟୋଗାତ୍ମକ ସଂସ୍କୃତ, ୬ତାରିଖ ଗୁରୁବାର ପେପର-୪ ମାତୃଭାଷା (ଓଡ଼ିଆ/ହିନ୍ଦୀ,) ୭ତାରିଖ ଶୁକ୍ରବାର ପେପର-୫ ଗଣିତ, ୮ତାରିଖ ଶନିବାର ପେପର-୬ ବିଜ୍ଞାନ, ୧୦ ତାରିଖ ସୋମବାର ପେପର-୭ ସାମାଜିକ ବିଜ୍ଞାନ, ୧୨ତାରିଖ ବୁଧବାର ପେପର-୮ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Show More

Related Articles

Back to top button