କରୋନା କାଳରେ, ରାଜ୍ୟର ୧୦୦୨ ଜଣ ପୁଲିସ ଦାନ କରିଛନ୍ତି ପ୍ଲାଜମା
କୋଭିଡ ସମୟରେ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ପ୍ରାଣବଳି ଦେଇଥିବା ଓଡ଼ିଶା ପୁଲିସର ୪୮ଜଣ ଯବାନ ସବୁବେଳେ ମନେରହିବେ। ଓଡ଼ିଶା ପୁଲିସର ବୀର ଯବାନ କେବଳ ପ୍ରାଣବଳୀ ଦେଇନାହାନ୍ତି, ଏଥିସହିତ ଦେବଦୂତ ହୋଇ ଜୀବନ ଦାନ ବି କରିଛନ୍ତି।

କୋଭିଡ ସମୟରେ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ପ୍ରାଣବଳି ଦେଇଥିବା ଓଡ଼ିଶା ପୁଲିସର ୪୮ଜଣ ଯବାନ ସବୁବେଳେ ମନେରହିବେ। ଓଡ଼ିଶା ପୁଲିସର ବୀର ଯବାନ କେବଳ ପ୍ରାଣବଳୀ ଦେଇନାହାନ୍ତି, ଏଥିସହିତ ଦେବଦୂତ ହୋଇ ଜୀବନ ଦାନ ବି କରିଛନ୍ତି। ମାତ୍ର ୭ ମାସ ମଧ୍ୟରେ ଓଡ଼ିଶା ପୁଲିସର ୧୦୦୨ ଜଣ କରୋନା ଯୋଦ୍ଧା କରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରି ଇତିହାସ ସୃଷ୍ଟି କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପ୍ଲାଜମା ଦାନ କରିଥିବା ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଓଡ଼ିଶା ପୁଲିସର ଏହି ପ୍ଲାଜମା ଦାନର ଯାତ୍ରା ଗତ ଜୁଲାଇ ୨୪ ତାରିଖରୁ ଆରମ୍ଭ ହୋଇଥିଲା। ମାତ୍ର ସାତ ମାସରେ ଓଡ଼ିଶା ପୁଲିସ ପ୍ଲାଜମା ଦାନରେ ୧ହଜାର ସଂଖ୍ୟା ଅତିକ୍ରମ କରିପାରିଛି। ଓଏସ୍ଏପି ତୃତୀୟ ବାଟାଲିୟନ କୋରାପୁଟର ଦୁଇଜଣ ଯବାନ ପ୍ରଥମେ କଟକ ବଡମେଡିକାଲ ଆସି ପ୍ଲାଜମା ଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା, ବାଟାଲିୟନ ଓ ପୁଲିସ ପ୍ରତିଷ୍ଠାନର କର୍ମଚାରୀ ପ୍ଲାଜମା ଦାନ ଅଭିଯାନରେ ସାମିଲ ହୋଇଛନ୍ତି। ରାଜ୍ୟରେ ମୋଟ ପ୍ଲାଜମା ସଂଗ୍ରହରେ ଓଡ଼ିଶା ପୁଲିସର ଅବାଦନ ୪୬ ପ୍ରତିଶତ ରହିଛି। ରାଜ୍ୟରେ ୨୧୬୬ଜଣ ପ୍ଲାଜମା ଦାନ କରିଥିବା ବେଳେ ସେଥିରୁ ଓଡ଼ିଶା ପୁଲିସରୁ କେବଳ ୧୦୦୨ ଜଣ ରହିଛନ୍ତି।
ଯବାନମାନଙ୍କ ଏହି ମହତ କାର୍ଯ୍ୟ ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେକ ଶ୍ରୀ ଅଭୟ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ଆଜି ସେମାନଙ୍କୁ ଏକ ପ୍ରଶଂସା ସ୍ମାରକୀ ପ୍ରଦାନ କରାଯାଇଛି।