Breaking PLUSଓଡ଼ିଶାମୁଖ୍ୟ ଖବର

ଅପରାହ୍ନ ସୁଦ୍ଧା ଶେଷ ହେବ ଲ୍ୟାଣ୍ଡ୍‌ଫଲ ପ୍ରକ୍ରିୟା – ଏସ୍‌ଆର୍‌ସି ପ୍ରଦୀପ ଜେନା

ବୁଧବାର ପୂର୍ବାହ୍ନ ୯ଟାରୁ ବାତ୍ୟା 'ୟାସ' ଲ୍ୟାଣ୍ଡଫଲ୍‌ ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ ହୋଇଛି। ଲ୍ୟାଣ୍ଡଫଲ ଶେଷ ହେବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ। ଅପରାହ୍ନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ସରିଯିବା ଆଶା କରାଯାଉଛି।

ବୁଧବାର ପୂର୍ବାହ୍ନ ୯ଟାରୁ ବାତ୍ୟା ‘ୟାସ’ ଲ୍ୟାଣ୍ଡଫଲ୍‌ ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ ହୋଇଛି। ଲ୍ୟାଣ୍ଡଫଲ ଶେଷ ହେବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ। ଅପରାହ୍ନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ସରିଯିବା ଆଶା କରାଯାଉଛି। ଏବେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାତ୍ୟା ୟାସ ବାଲେଶ୍ୱର ଜିଲା ଅତିକ୍ରମ ହେବାକୁ ପ୍ରାୟ ୫ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱର ପରେ ବାତ୍ୟା ମୟୂରଭଞ୍ଜରେ ତାଣ୍ଡବ ରଚିବ। ସେଠାରେ ୧୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ରହିବ। ଅପରାହ୍ନ ପରଠାରୁ ମୟୂରଭଞ୍ଜରେ ବର୍ଷା ଓ ପବନ ବଢ଼ିବାର ଆଶଙ୍କା ରହିଛି।

Show More

Related Articles

Back to top button