Breaking PLUSଓଡ଼ିଶାମୁଖ୍ୟ ଖବର

ଆରମ୍ଭ ହେଲା ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ଆଜି ଆସିବ ଆଜ୍ଞାମାଳ

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ସମନ୍ବୟ ବୈଠକ ପରେ କୋଭିଡ୍‌ କଟକଣା ମଧ୍ୟରେ ଯାତ୍ରା ହେବା ନେଇ ନିଷ୍ପତ୍ତି ହୋଇଥିଲା।

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ସମନ୍ବୟ ବୈଠକ ପରେ କୋଭିଡ୍‌ କଟକଣା ମଧ୍ୟରେ ଯାତ୍ରା ହେବା ନେଇ ନିଷ୍ପତ୍ତି ହୋଇଥିଲା। ଶୁକ୍ରବାର ରାତ୍ରି ୧୧ଟାରୁ ଯାତ୍ରା ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ତଥା ମା’ ଠାକୁରାଣୀଙ୍କ ବାପା ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଆଜ୍ଞାମାଳ ପାଇବା ପାଇଁ ଯିବେ। ଆଜ୍ଞାମାଳ ପାଇବା ପରେ ଯାତ୍ରା ଆରମ୍ଭ ହେବେ। ତେବେ ଗୁରୁବାର ବ୍ରହ୍ମପୁର ଉପଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଶୁକ୍ରବାର ସନ୍ଧ୍ୟା ୬ ଟାଠାରୁ ଶନିବାର ପୂର୍ବାହ୍ନ ୬ ଘଟିକା ଯାଏ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରଠାରୁ ଦେଶୀ ବେହେରା ସାହି ରାସ୍ତା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ ବୋଲି ବଡ଼ ବଜାର ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି। ଏଥିସହ ଯାତ୍ରାସ୍ଥଳକୁ ବୃଦ୍ଧବୃଦ୍ଧା ଓ ଛୋଟ ଶିଶୁଙ୍କୁ ବାରଣ କରାଯାଇଛି। ଅନ୍ୟପଟେ ପ୍ରଶାସନର ଏଭଳି ନିଷ୍ପତ୍ତି ଉପରେ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Show More

Related Articles

Back to top button