Breaking PLUSଓଡ଼ିଶାମୁଖ୍ୟ ଖବର

ଏପ୍ରିଲ ୧୧ରୁ ଇଗ୍ନୋର ପ୍ରବେଶିକା ପରୀକ୍ଷା

ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (ଇଗ୍ନୋ) ପକ୍ଷରୁ ଏପ୍ରିଲ୍ ୧୧ ତାରିଖରୁ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ୍, ବିଇଡି ପ୍ରୋଗ୍ରାମ୍ ଏବଂ ପୋଷ୍ଟ ବେସିକ୍ ବିଏସସି ନର୍ସିଂ ପ୍ରୋଗ୍ରାମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (ଇଗ୍ନୋ) ପକ୍ଷରୁ ଏପ୍ରିଲ୍ ୧୧ ତାରିଖରୁ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ୍, ବିଇଡି ପ୍ରୋଗ୍ରାମ୍ ଏବଂ ପୋଷ୍ଟ ବେସିକ୍ ବିଏସସି ନର୍ସିଂ ପ୍ରୋଗ୍ରାମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଦେଶର ୧୨୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୦,୧୭୦ ପ୍ରାର୍ଥୀଙ୍କୁ ନେଇ ପ୍ରବେଶିକା ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଦିନ ୧ଟା ଯାଏଁ ପରୀକ୍ଷା ହେବ।

ପରୀକ୍ଷାର୍ଥୀମାନେ ଇଗ୍ନୋର ଅଫିସିଆଲ୍ ୱେବସାଇଟ୍ https://www.ignou.ac.in ରେ ଦିଆଯାଇଥିବା ଆଡମିଟ୍ କାର୍ଡ ଲିଙ୍କରେ ରୋଲ୍ ନମ୍ବର ଏଣ୍ଟ୍ରି କରି ସେମାନଙ୍କର ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ। ଯଦି ପ୍ରାର୍ଥୀମାନେ ହଲ୍ ଟିକେଟ୍ ଡାଉନଲୋଡ୍ କରିପାରୁ ନାହାଁନ୍ତି, ତାହେଲେ ଆଞ୍ଚଳିକ କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ।

ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ଦିନ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାର ୪୫ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବାକୁ ପଡିବ।

Show More

Related Articles

Back to top button