ଦେଶସ୍ୱାସ୍ଥ୍ୟ

ଦେଶରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ,୨୪ ଘଣ୍ଟାରେ ୫,୬୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ କିଛି ଦିନ ହେବ ଉପରତଳ ରହୁଛି ସଂକ୍ରମଣ ।ମୃତ୍ୟୁ ସଂଖ୍ୟା ମଧ୍ୟ ଦିନେ କମିଲେ ଦିନେ ବଢୁଛି । ଗତ ୨୪ଘଣ୍ଟାରେ ୫,୬୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

ସେହିପରି ୨୪ ଘଣ୍ଟାରେ ୪ ହଜାର ୫୫୫ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୫ ହଜାର ୬୧୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୩୩୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୩୪ ହଜାର ୧୮୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୫୭ ହଜାର ୯୨୯ ଜଣ ସୁସ୍ଥ ହୋଇ ସାରିଛନ୍ତି।

Show More

Related Articles

Back to top button