ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଉତ୍ତର ପ୍ରଦେଶରୁ ଲୋକସଭା ନିର୍ବାଚନର ପ୍ରାର୍ଥୀ ହୋଇପାରନ୍ତି ନୀତୀଶ କୁମାର

ଲକ୍ଷ୍ନୌ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବିରୋଧୀକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟୁଛନ୍ତି। ଏସବୁ ଭିତରେ ନୀତୀଶ କୁମାର ନିଜେ ଉତ୍ତର ପ୍ରଦେଶର ଫୁଲପୁର ଲୋକସଭା ଆସନରୁ ୨୦୨୪ରେ ନିର୍ବାଚନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଅଧିକ ବଳ ଦେଇଛି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଅଫର। ଅଖିଲେଶ ଯାଦବ ନିଜ ଆଡ଼ୁ ନୀତୀଶ କୁମାରଙ୍କୁ ଉତ୍ତର ପ୍ରଦେଶର ଯେକୌଣସି ଲୋକସଭା ଆସନରେ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଯେଉଁ ଆସନରେ ଛିଡ଼ା ହେଲେ ବି ତାଙ୍କୁ ସମାଜବାଦୀ ପାର୍ଟି ସବୁ ପ୍ରକାରର ସମର୍ଥନ ଯୋଗାଇ ଦେବ ବୋଲି ଅଖିଲେଶ କହିଛନ୍ତି। ସେହିପରି ଫୁଲପୁରରେ ଥିବା ଜେଡିୟୁର ନେତା ଓ କର୍ମୀମାନେ ନୀତୀଶ କୁମାରଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି। ଜେଡିୟୁର ରାଷ୍ଟ୍ରୀୟ ସଭାପତି ଲଲନ ସିଂହ ବି ନୀତୀଶ କୁମାର ଉତ୍ତର ପ୍ରଦେଶରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ନୀତୀଶ କୁମାରଙ୍କୁ କେବଳ ଫୁଲପୁର ନୁହେଁ, ବରଂ ଆମ୍ବେଦକର ନଗର ଓ ମିର୍ଜାପୁର ଲୋକସଭା ଆସନରେ ପ୍ରାର୍ଥୀ ହେବାକୁ ଅଫର ଆସିଥିବା ସେ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି, “କୌଣସି ପ୍ରକାରର ଗ୍ରହଣ କିମ୍ବା ଅଗ୍ରାହ୍ୟ କରିବାର କିଛି କଥା ନାହିଁ। ଠିକଣା ସମୟରେ ନୀତୀଶ କୁମାର ଲୋକସଭା ନିର୍ବାଚନ ଲଢ଼ିବେ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ। ହଁ, ଏହା ସତ ଯେ ନୀତୀଶ କୁମାରଙ୍କ ପାଖକୁ ଫୁଲପୁର ବ୍ୟତୀତ ଆମ୍ବେଦକର ନଗର ଓ ମିର୍ଜାପୁର ଲୋକସଭା ଆସନରୁ ମଧ୍ୟ ଅଫର ଆସିଛି। ବିରୋଧୀଙ୍କୁ ଏକାଠି କରିବା ପାଇଁ ସେ ଆରମ୍ଭ କରିଥିବା ମିଶନର ଏହା ହେଉଛି ଗୋଟିଏ ରେଜଲ୍ଟ। ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ିବାକୁ କହୁଛନ୍ତି। ଉତ୍ତର ପ୍ରଦେଶରୁ ସର୍ବାଧିକ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥାଆନ୍ତି। ତେଣୁ ୨୦୨୪ ନିର୍ବାଚନରେ ଉତ୍ତର ପ୍ରଦେଶର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଲଲନ ସିଂହ କହିଛନ୍ତି। ତାଙ୍କ ମତରେ ଉତ୍ତର ପ୍ରଦେଶରୁ ବିଜେପିର ୬୫ ଜଣ ସାଂସଦ ରହିଛନ୍ତି। ଯଦି ନୀତୀଶ କୁମାର, ଅଖିଲେଶ ଯାଦବ ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ ହାତ ମିଶାଇ ଦେବେ, ତା’ହେଲେ ବିଜେପି ୧୫ରୁ ୨୦ ଆସନ ମଧ୍ୟରେ ସୀମିତ ରହିବ।

Show More

Related Articles

Back to top button