ଓଡ଼ିଶା

ସ୍ୱାମୀ ସାଜିଲା ସୈତାନ,ସ୍ତ୍ରୀକୁ କଇଁଚି ଭୁଷି ନିର୍ମମ ଭାବେ ହତ୍ୟା

ହଜିଗଲା ମାନବିକତା । ସ୍ତ୍ରୀକୁ କଇଁଚି ଭୁଷି ନିର୍ମମ ଭାବେ ହତ୍ୟା କଲା ସୈତାନ ସ୍ୱାମୀ  । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡପଥରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ହିଞ୍ଜଳଗଡିଆ ଗ୍ରାମରେ ।

ସୂଚନାନୁଯାୟୀ, ମଧୁସୂଦନ ମୁର୍ମୁ ବିସିପୁର ପଞ୍ଚାୟତ ଅଧୀନ କନ୍ଥସାହି ଗ୍ରାମର ହୋଇଥିବା ବେଳେ ୪ ବର୍ଷ ପୂର୍ବେ ହିଜଳଗଡିଆ ଗ୍ରାମର ସୋରେନ ମୁର୍ମୁଙ୍କ ଝିଅ ସୁହାଗି ମୁର୍ମୁ (୨୭)ଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ସ୍ଵାମୀ-ସ୍ତ୍ରୀ ଗତ ୧୦ ଦିନ ହେବ ଶ୍ଵଶୁର ଘର ବୁଲିବାକୁ ଆସି ରହିଥିଲେ।।ସୋମବାର ରାତିରେ ଉଭୟ ଝିଅ ଜ୍ଵାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଧୀରେଧୀରେ କଳହ ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ସ୍ତ୍ରୀକୁ କଇଁଚି ଭୁଷି ଦେଇଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ଝିଅକୁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀକୁ ଅଟକ ରଖିବା ସହିତ ମୃତଦେହକୁ ଜବତ କରିଛି।

 

Show More

Related Articles

Back to top button