Breaking PLUSଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବର

ମା’ଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣି

ଦଶହରା ମା’ଙ୍କ ମୂର୍ତ୍ତି ଉଚ୍ଚତା ମାମଲାରେ ହାଇକୋର୍ଟଙ୍କ ଶୁଣାଣି । ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

କଟକ ବାଲୁବଜରା ପୂଜା କମିଟି ପକ୍ଷରୁ ମାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ଆବେଦନ କରାଯାଇଥିଲା । କିନ୍ତୁ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

ଯେଉଁସବୁ ଯୁକ୍ତି ରଖାଯାଇଥିଲା ତାହା ସନ୍ତୋଷ ଜନକ ନୁହେଁ ବୋଲି କୁହାଯାଇଛି । ଗତକାଲି ମାମଲା ଶୁଣାଣି କରି ଉଚ୍ଚତା କମ୍ କଲେ କଣ ସମସ୍ୟା ଉପୂଜିବ ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ । ହେଲେ ଆବେଦନକାରୀଙ୍କ ଓକିଲ ଏହା ଭାବାବେଗର କଥା ବୋଲି କୋର୍ଟରେ ନିଜର ଯୁକ୍ତି ବାଢିଥିଲେ। ।

ସେପଟେ ସରକାରୀ ଓକିଲ କହିଛନ୍ତି ଯେ ଏ ନିୟମ କେବଳ କଟକ ପାଇଁ ନୁହେଁ ସାରା ଓଡ଼ିଶା ପାଇଁ ହୋଇଛି । ତେବେ ନିୟମ ପରିବର୍ତ୍ତନ ହେଲେ ସାରା ଓଡ଼ିଶା ପାଇଁ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଥିଲେ । ସରକାର ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ ।

 

 

Show More

Related Articles

Back to top button