ଓଡ଼ିଶାଜୀବନଚର୍ଯ୍ୟାଦେଶପାଣିପାଗମୁଖ୍ୟ ଖବର

ଦିନକୁ ଦିନ ଅସହ୍ୟ ହେଉଛି ତାତି

୩ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର : ଜଳୁଛି ଓଡିଶା । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଦିନକୁଦିନ ଅସହ୍ୟ ହେଉଛି ତାତି । ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ରୌଦ୍ର ତାପରେ ଛଟପଟ ହେଉଛନ୍ତି ରାଜ୍ୟବାସୀ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ଆଗାମୀ ୨୮ ତାରିଖ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏମିତି ସ୍ଥିତି । ଅନେକ ସ୍ଥାନରେ ପାରଦ ସ୍ୱାଭାବକିଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ । ଏଣୁ ଆଗାମୀ ୨୮ ତାରିଖ ଯାଏଁ ଜାରି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କାରେ ସୋନପୁର, ବୌଦ୍ଧ, ବଲାଙ୍ଗୀର,ଖୋର୍ଦ୍ଧା ଏବଂ ନୟାଗଡ଼ ଭଳି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାତି ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଗତକାଲି ସବୁଠାରୁ ୪୩.୮ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା ସୋନପୁର । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ .୩ ଡିଗ୍ରୀ ରହିଥିବାବେଳେ ରାଜ୍ୟର ୨୮ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା ।  ୮ଟି ସହରର ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା ।

Show More

Related Articles

Back to top button