Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଅଷ୍ଟ୍ରେଲିଆର ସମୁନ୍ଦ୍ରକୂଳରେ ମୁଣ୍ଡ ନଥିବା ପେଙ୍ଗୁଇନଙ୍କ ଶବ ଦେଖିବାକୁ ମିଳୁଛି

ଏମାନଙ୍କ ମୁଣ୍ଡ କୁଆଡେ ଯାଉଛି ତାହାର କାରଣ ବର୍ତ୍ତମାନ ଖୋଜା ଚାଲିଛି ।

ଅଷ୍ଟ୍ରେଲିଆରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଏହି ଘଟଣା ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଘଟଣାଟି ହେଲା ଅଷ୍ଟ୍ରେଲିଆର ସମୁଦ୍ରକୂଳରେ ମୁଣ୍ଡ ନ ଥିବା ପେଙ୍ଗୁଇନଙ୍କ ଶବ ଦେଖିବାକୁ ମିଳୁଛି । ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲୋରିୟୁ ଦ୍ୱୀପ ନିକଟରେ ଏହାର ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମୁଣ୍ଡ କୁଆଡେ ଯାଉଛି ତାହାର କାରଣ ବର୍ତ୍ତମାନ ଖୋଜା ଚାଲିଛି । ବୈଜ୍ଞାନିକମାନଙ୍କୁ ଏଥିନେଇ ପୋଲିସର ସହାୟତା ନେବାକୁ ପଡୁଛି । ସମସ୍ତ ପେଙ୍ଗୁଇନଙ୍କ ଶବକୁ ଏଥି ନିମନ୍ତେ ଏକତ୍ର ରଖାଯାଉଛି । ପ୍ରାରମ୍ଭିକ ରିପୋର୍ଟରେ ସେମାନେ ସ୍ପଷ୍ଟ କରିଛନ୍ତି ଏହା ମନୁଷ୍ୟକୃତ୍ୟ ନୁହେଁ । ଗଭୀର ସମୁଦ୍ର ମଧ୍ୟରେ ହତ୍ୟା କରି କେବଳ ମୁଣ୍ଡ କାଟିବା ପଛରେ ଅନ୍ୟ କୌଣସି କାରଣ ରହିଛି । କୌଣସି ସାମୁଦ୍ରିକ ଜୀବ ଯଦି କେବଳ ମୁଣ୍ଡ ଖାଇବା ପରେ ଶବ ଛାଡି ଦେଉଥିବ ତାହାହେଲେ ଏହା ଭାସି ଭାସି ଆସି କୂଳରେ ଲାଗୁଥିବେ । ୨୦୨୧ ତୁଳନାରେ ଏଥର ଏହାର ସଂଖ୍ୟା ଅଧିକ ରହିଛି । ଗବେଷକ ଷ୍ଟିଫେନ ହେଜେସ ଏହା ଉପରେ ଗବେଷଣା ଆରମ୍ଭ କରି ଦେଇଛନ୍ତି ।

Show More

Related Articles

Back to top button