
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମାଲେରିମାହା ଗ୍ରାମର ଗାରାମାହା ଜଙ୍ଗଲରୁ ଦମ୍ପତ୍ତିଙ୍କର ଝୁଲନ୍ତା ମୃତ ଦେହ ଠାବ ହୋଇଛି। ମୃତ ଦମ୍ପତ୍ତି ହେଲେ ମନୋରଞ୍ଜନ ନାୟକ ଓ ସ୍ମିତାଞ୍ଜଳୀ। ମନୋରଞ୍ଜନ ଗାଁ ସାଥୀ ଥିବାବେଳେ ସ୍ମିତାଞ୍ଚଳୀ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏହା ଏକ ପାରିବାରିକ କଳହ ବୋଲି ପୋଲିସ ସନ୍ଦେହ କରୁଥିବାବେଳେ। ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନାମିଳିଛି। ଏନେଇ ପୋଲିସ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।