Breaking PLUSଓଡ଼ିଶାମୁଖ୍ୟ ଖବର

ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ

ଦେଶରେ ତୃତୀୟ ଲହର ଆସିବା ଏକ ପ୍ରକାର ଥୟ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଗୁଆ ସତର୍କ କରାଇଥିବାବେଳେ ତୃତୀୟ ଲହରରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ଏବେ ସାରା ଦେଶରେ ପୁଣିଥରେ ଆରମ୍ଭ ହେବ ସେରେଲୋଜିକାଲ୍ ସର୍ଭେ ।

ଦେଶରେ ତୃତୀୟ ଲହର ଆସିବା ଏକ ପ୍ରକାର ଥୟ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଗୁଆ ସତର୍କ କରାଇଥିବାବେଳେ ତୃତୀୟ ଲହରରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ଏବେ ସାରା ଦେଶରେ ପୁଣିଥରେ ଆରମ୍ଭ ହେବ ସେରେଲୋଜିକାଲ୍ ସର୍ଭେ । ଦେଶରେ ଏବେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ କରାଯିବାକୁ ଥିବାବେଳେ ବିଭିନ୍ନ ରାଜ୍ୟରେ ଥିବା ଆଇସିଏମଆରର ଆଞ୍ଚଳିକ ସଂସ୍ଥା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସର୍ଭେ କରାଯିବ । ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହିତ ମିଳିତ ସହଭାଗିତାରେ ରିଜିଓନାଲ ମେଡିକାଲି ରିସର୍ଚ୍ଚ ସେଣ୍ଟର(ଆରଏମଆରସି) ଏହି ସର୍ଭେ କାର୍ଯ୍ୟ ତୁଲାଇବ । ଏହି କ୍ଷେତ୍ରରେ ପ୍ରଥମଥର ପାଇଁ ୬ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସାମିଲ କରାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି । ବର୍ତ୍ତମାନ ଦେଶରେ ୪୫ରୁ ଊର୍ଦ୍ଧ୍ୱ ଓ ୧୮ରୁ ୪୪ ବର୍ଷ ବର୍ଗ ଜନସାଧାରଣଙ୍କୁ ଟିକା ମିଳୁଛି । ହେଲେ ଶିଶୁଙ୍କ ପାଇଁ ଏଯାଏଁ ଟିକା ଆସିନାହିଁ । ଶିଶୁଙ୍କୁ ଟିକା ମିଳିବା ନେଇ ଏବେ ବି ଗବେଷଣା ଜାରି ରହିଥିବାବେଳେ ଏହା ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ôଚଛି ।

ତେଣୁ ଶିଶୁଙ୍କୁ ଟିକା ଦେବା ପୂର୍ବରୁ ସଂକ୍ରମିତ ହୋଇଥିବା ଶିଶୁଙ୍କ ଶରୀରରେ ଆଣ୍ଟିବଡ଼ି କେତେ ବୃଦ୍ଧିପାଇଛି, ଚିହ୍ନଟ ଶିଶୁ ଜଣକ କରୋନାର କେଉଁ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମିତ ହୋଇଛନ୍ତି, କେଉଁଟା ଅଧିକ କ୍ଷତିକାରକ ହୋଇଛି ଓ ସଂକ୍ରମଣ ହେବା ପରେ ଭୂତାଣୁ ତା’ର ରୂପ ପରିବର୍ତ୍ତନ କରିଛି କି ନାହିଁ ସେସବୁର ପରୀକ୍ଷଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରକାଶ । ଏଥିସହ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସର୍ଭେରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । ସର୍ଭେ ଦେଶର ମୋଟ ୭୦ ଜିଲ୍ଲାକୁ ସାମିଲ କରାଯିବାକୁ ଥିବାବେଳେ ଓଡ଼ିଶାର ୩ ଜିଲ୍ଲା ଏହି ତାଲିକାରେ ରହିଛି । ରାୟଗଡା, ଗଞ୍ଜାମ ଓ କୋରାପୁଟରେ ଚତୁର୍ଥ ପର୍ଯ୍ୟାୟ ସର୍ଭେ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲି ରିସର୍ଚ୍ଚ (ଆଇସିଏମଆର)କୁ ଚିଠି ଲେଖି ଅବଗତ କରାଇଛନ୍ତି । ରାଜ୍ୟରେ ଖୁବଶୀଘ୍ର ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହେବ ।

Show More

Related Articles

Back to top button