
ଲକ୍ଷ୍ନୌ : ଆଜି ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୧ ଜିଲ୍ଲାର ୫୮ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଭୋଟର । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟର ମାନେ ନିଜର ମତଦାନ ସାବ୍ୟସ୍ତ କରିବେ । କୋଭିଡ୍ କଟକଣା ଅନୁଯାୟୀ ସମସ୍ତ ସ୍ଥାନରେ ଭୋଟ ଗ୍ରହଣ କରାଯାଉଛି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ୍ ମାନଙ୍କରେ ପୁଲିସ ମୁତୟନ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨କୋଟି ୨୭ ଲକ୍ଷ ଜନତା । ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ସମୁଦାୟ ୧୦,୮୫୩ ମତଦାନ କେନ୍ଦ୍ର ଏବଂ ୨୬,୦୨୭ ବୁଥ୍ ସ୍ଥାପନ କରାଯାଇଛି। ତେବେ ୟୁପିରେ ମୋଟ୍ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ବୋଲି କୁହାଯାଇଛି ।
ଉତ୍ତର ପ୍ରଦେଶରେ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ 14 ମାର୍ଚ୍ଚ 2022ରେ ଶେଷ ହେବାକୁ ଯାଉଛି । ଉତ୍ତର ପ୍ରଦେଶ ବ୍ୟତୀତ ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ମତଦାନ ହେବା ପାଇଁ ଯାଉଛି । ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯାୟରେ ଭୋଟ୍ ଗ୍ରହଣ ହେବ । ସେହିପରି ମଣିପୁରରେ ମତଦାନ ଫେବୃଆରୀ 27 ଏବଂ ମାର୍ଚ୍ଚ 3 ତାରିଖରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।