Breaking PLUSଓଡ଼ିଶାମୁଖ୍ୟ ଖବର

ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ

ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ତଥା କଟ ଅଫ୍‌ ମାର୍କ । ଦିନ ୧୧ଟାରେ ସାମ୍‌ସ ୱେବସାଇଟରେ ପ୍ରଥମ ପର୍ଯ୍ୟାୟ କଟ ଅଫ୍‌ ମାର୍କ ପ୍ରକାଶ କରାଯିବ

ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ତଥା କଟ ଅଫ୍‌ ମାର୍କ । ଦିନ ୧୧ଟାରେ ସାମ୍‌ସ ୱେବସାଇଟରେ ପ୍ରଥମ ପର୍ଯ୍ୟାୟ କଟ ଅଫ୍‌ ମାର୍କ ପ୍ରକାଶ କରାଯିବ । ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ହେବ । ଅକ୍ଟୋବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାଅକ୍ଟୋବର ୫ରୁ ୭ ମଧ୍ୟରେ ହେବ । ବଳକା ସିଟ୍‌ ପାଇଁ ୧୩ ତାରିଖରେ ସ୍ପଟ ସିଲେକ୍ସନ ତାଲିକା ପ୍ରକାଶ ପାଇବ । ନାମଲେଖା ପାଇଁ ୩ ଲକ୍ଷ ୮୦ ହଜାର ୮୯୬ ବିଦ୍ୟାର୍ଥୀ ଆବେଦନ କରିଛନ୍ତି । ରାଜ୍ୟର ୨୦୨୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୪ ଲକ୍ଷ ୫୩ ହଜାର ୬୪୩ ସିଟ ପାଇଁ ନାମଲେଖା ହେବ ।

Show More

Related Articles

Back to top button