Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଇଂଲଣ୍ଡ କ୍ରିକେଟ ଖେଳାଳି ଡେଭିଡ ୱିଲିଙ୍କୁ କରୋନା

କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଇଂଲଣ୍ଡ ତଥା ୟର୍କସାୟାର ଅଲରାଉଣ୍ଡର ଡେଭିଡ ୱିଲି । ଡେଭିଡ ୱିଲି ଏବଂ ତାଙ୍କ ପତ୍ନୀ ଉଭୟେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ୱିଲି ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି

କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଇଂଲଣ୍ଡ ତଥା ୟର୍କସାୟାର ଅଲରାଉଣ୍ଡର ଡେଭିଡ ୱିଲି । ଡେଭିଡ ୱିଲି ଏବଂ ତାଙ୍କ ପତ୍ନୀ ଉଭୟେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ୱିଲି ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହ ଚାଲିଥିବା ଇଂଲଣ୍ଡର ଡୋମେଷ୍ଟିକ ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ ଖେଳିବାରୁ ସେ ବଂଚିତ ହେବେ ବୋଲି ସୂଚନା ଦେଇଛନ୍ତି ।

ୱିଲିଙ୍କ ସହ ୟର୍କସାୟାର ଦଳର ଆଉ ତିନି ଜଣ ଖେଳାଳି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ ତିନି ଜଣ ଖେଳାଳି ହେଉଛନ୍ତି ଟମ କୋହଲର-କ୍ୟାଡମୋର, ଜୋଶ ପୋଏସଡେନ ଏବଂ ମାଥ୍ୟୁ ଫିସର । ଏହି ସମସ୍ତ ଖେଳାଳି ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟ ଆଉ ଖେଳି ପାରିବେନି ବୋଲି ୟର୍କସାୟାର ପକ୍ଷରୁ ସୂଚନା ଦିଆଯାଇଛି । ୱିଲି ଇଂଲଣ୍ଡ ତରଫରୁ ୪୯ଟି ଏକଦିବସୀୟ ମ୍ୟାଚ ଏବଂ ୨୮ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ଏହା ସହ ୨୦୧୮ ଆଇପିଏଲ ସିଜିନରେ ୱିଲି ଚେନ୍ନାଇ ସୁପର କିଙ୍ଗସ ତରଫରୁ ପ୍ରତିନିଧିତ୍ୱ କରିଥିଲେ ।

Show More

Related Articles

Back to top button