
ସାମ୍ନାକୁ ଆସିଲା ପୁଷ୍ପା ୨ର ପ୍ରଥମ ଝଲକ । ଏହାପରେ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଶୁଟିଂ ପ୍ରକ୍ରିୟା ଦ୍ରୁତ ଗତିରେ ଆଗକୁ ବଢୁଛି। ଯାହାକୁ ନେଇ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ଫଟୋ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ତେବେ ଫିଲ୍ମର ପ୍ରଥମ ଭାଗ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା। ଯାହା ପରେ ନିର୍ମାତା ଏହାର ସିକ୍ୱେଲରେ ଲାଗିପଡିଛନ୍ତି। ବର୍ତ୍ତମାନ ନିର୍ମାତା ଫ୍ୟାନ୍ସଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ସେଟରୁ ପ୍ରଥମ ଫଟୋ ସେୟାର କରିଛନ୍ତି।
ନିର୍ମାତା ଦେଇଥିବା ସୂଚନା ଅନୁଯାୟୀ , ଫିଲ୍ମର କାମ ଜୋରସୋରରେ ଚାଲିଛି। ଏହି ଫଟୋ ଉପରେ ନିଜର ପ୍ରତିକ୍ରିୟା ଦେଇ ରଶ୍ମିକା ଲେଖିଛନ୍ତି, ‘ଦେଖ ଏହାକୁ, ଏ ସବୁ ଆରମ୍ଭ ହେଉଛି।’ ଏହା ସହିତ ସେ ଫାୟର୍ ଏବଂ ଡ୍ୟାନସିଙ୍ଗ ଇମୋଜି ଦେଇଛନ୍ତି।