ଦେଶଦେଶ ବିଦେଶମନୋରଞ୍ଜନସେଲିବ୍ରିଟି

ବକ୍ସ ଅଫିସରେ ଦବଦବା ଜାରି ରଖିଛି ଫିଲ୍ମ କାନ୍ତାରା

ବକ୍ସ ଅଫିସରେ ନିଜର ଦବଦବା ଜାରି ରଖିଛି ରିଷଭ ସେଟ୍ଟୀଙ୍କ ନିର୍ଦ୍ଦେଶିତ କନ୍ନଡ ଫିଲ୍ମ କାନ୍ତାରା । ଫିଲ୍ମକୁ ଦର୍ଶକ ଖୁବ୍ ଭଲପାଇବା ଦେବାସହ ଦକ୍ଷିଣ ଭାରତ ପୂରା ବିଶ୍ଵରେ ପ୍ରଶଂସାର ସୁଅ ଛୁଟିଛି । ଏହି ଫିଲ୍ମରେ ବ୍ଲକବଷ୍ଟର ହିଟ୍ କେଜିଏଫ ଫ୍ରାଞ୍ଚାଇଜି ଫିଲ୍ମର ନିର୍ମାତା ହୋମ୍ବାଲେ ଫିଲ୍ମ କାନ୍ତାରାର ନିର୍ମାଣ କରିଥିବାବେଳେ ଫିଲ୍ମର ନିର୍ଦ୍ଦେଶନା ସହିତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ରିଷଭଙ୍କ ଅଭିନୟ ଚତ୍ମକାର ରହିଛି।

ସେହିପରି ସେପ୍ଟେମ୍ବର ୩୦ରେ କେବଳ କନ୍ନଡ ଭାଷାରେ ରିଲିଜ୍ ହୋଇଥିବା କାନ୍ତାରା ପ୍ରଥମ ଦିନରେ ୧.୯୫ କୋଟି ଟଙ୍କାର ଆୟ କରିଥିଲା। ଏହା ପରେ ଦର୍ଶକ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଆଉ ଫିଲ୍ମର ଆୟ ଲଗାତାର ବଢିବାରେ ଲାଗିଲା। ପ୍ରଥମ ଓ୍ଵିକେଣ୍ଡ ପରିବର୍ତ୍ତେ ରିଲିଜର ଦ୍ଵିତୀୟ ଓ୍ଵିକେଣ୍ଡରେ ଫିଲ୍ମ ଦମଦାର ଆୟ କରିବାରେ ଲାଗିଛି। ବର୍ତ୍ତମାନସୁଦ୍ଧା ୫୭.୧୧ କୋଟି ଟଙ୍କା ଆୟ କରିସାରିଲାଣି ଫିଲ୍ମ କାନ୍ତାରା ।

ଆସନ୍ତୁ ଜାଣିବା ୧୧ଦିନରେ କେତେ ଆୟ କରିଛି ଫିଲ୍ମ କାନ୍ତାରା ।

ଡେ ୧- ୧.୯୫ କୋଟି ଟଙ୍କା
ଡେ ୨- ୨.୬୫ କୋଟି ଟଙ୍କା
ଡେ ୩- ୪.୯ କୋଟି ଟଙ୍କା
ଡେ ୪- ୩.୭ କୋଟି ଟଙ୍କା
ଡେ ୫- ୫ କୋଟି ଟଙ୍କା
ଡେ ୬- ୭.୧ କୋଟି ଟଙ୍କା
ଡେ ୭- ୫ କୋଟି ଟଙ୍କା
ଡେ ୮- ୫.୮ କୋଟି ଟଙ୍କା
ଡେ ୯- ୮.୧୫ କୋଟି ଟଙ୍କା
ଡେ ୧୦- ୯.୬୪ କୋଟି ଟଙ୍କା
ଡେ ୧୧- ୩.୫୦ କୋଟି ଟଙ୍କା
ମୋଟ୍ ଆୟ- ୫୭.୧୧ କୋଟି ଟଙ୍କା

Show More

Related Articles

Back to top button