Breaking PLUSଓଡ଼ିଶାମୁଖ୍ୟ ଖବର

ଉନ୍ମାଦ ପୁଅର କଟୁରୀ ଚୋଟରେ ଚାଲିଗଲା ବାପାର ଜୀବନ

ଝାରସୁଗୁଡ଼ା ବଡ଼ମାଲ ଥାନାରେ ଏକ କୁଳାଙ୍ଗାର ପୁଅ ନିଜ ବାପାଙ୍କୁ କଟୁରିରେ ହାଣି ହତ୍ୟା କରିଛି । ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ଠାରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପୁଲିସ ଏ ସମ୍ପର୍କରେ ଖବର ପାଇବା ପରେ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ସାଢେ଼ ୧୨ଟାରେ କୌଣସି କାରଣକୁ ନେଇ ଲକ୍ଷ୍ମଣ ବେହେରା ଓ ପୁଅ ମାଣିକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ମାଣିକ କଟୁରୀରେ ବାପାକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କ ସ୍ତ୍ରୀ ଓ ପୁତୁରା ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ଅବସ୍ଥା ସଂକଟାପନ୍ନ ହୋଇଥିବାରୁ ସେମାନଙ୍କୁ ବୁର୍ଲା ନିଆଯାଉଥିଲା । ତେବେ ବଡ଼ମାଲ ନିକଟରେ ତାଙ୍କର ମୃତୁ୍ୟ ଘଟିଥିଲା । ଏସଂକ୍ରାନ୍ତରେ ପୁତୁରା ବୀରେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ମାଣିକକୁ ଗିରିଫ କରି ଜେଲ ପଠାଇ ଦେଇଛି ।

Show More

Related Articles

Back to top button