Breaking PLUSପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଅମରନାଥ ଯାତ୍ରା

ଜମ୍ମୁ-କାଶ୍ମୀର : ଆଜିଠାରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭକ୍ତ ମାନେ ପବିତ୍ର ଗୁମ୍ଫା ମଧ୍ୟକୁ ପ୍ରବେଶ କରିଛନ୍ତି । କରୋନା ଯୋଗୁ ଗତ ୨ ବର୍ଷ ଧରି ବନ୍ଦ ରହିଥିଲା ଅମରନାଥ ଯାତ୍ରା । ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର । ୨ ବର୍ଷ ପରେ ଭକ୍ତ ମାନେ ମହାଦେବଙ୍କର ବରଫ ଲିଙ୍ଗ ଦେଖିପାରୁଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ପାହାଡ଼ ଚଢ଼ିବା ସମୟରେ ଭକ୍ତ ମାନଙ୍କ କଣ୍ଠରେ ପ୍ରଭୁ ଶିବ ଶଙ୍କରଙ୍କ ନାମ କୁଞ୍ଜରିତ ହେଉଛି । ହର ହର ମହାଦେବ, ଭୋଲେ ବମ୍‌ ଆଦି ନାମ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଅମରନାଥ ପୀଠ । ଏହି ଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ବୋଲି ସୂଚନା ରହିଛି ।

Show More

Related Articles

Back to top button