Breaking PLUSଦେଶମୁଖ୍ୟ ଖବର

ପିଏମ ମୋଦିଙ୍କୁ ଭେଟିଲେ ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ପରିଜନ

ନୂଆଦିଲ୍ଲୀ, 12 ଫେବୃଆରୀ-ଜନନାୟକ ତଥା ବିହାରର ଦିବଂଗତ ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କ ପରିଜନ ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ଏହି ସାକ୍ଷାତ ବେଳର ଫଟୋ ସେୟାର କରି କହିଛନ୍ତି ଯେ, ‘ଭାରତ ରତ୍ନରେ ସମ୍ମାନିତ ଜନନାୟକ କର୍ପୁରୀ ଠାକୁରଙ୍କ ପରିଜନଙ୍କୁ ଭେଟି ବହୁତ ଖୁସି ହୋଇଛି । କର୍ପୁରୀ ସମାଜର ପଛୁଆ ଓ ବଂଚିତ ବର୍ଗଙ୍କ ପାଇଁ ଭଗବାନ ଥିଲେ, ଯାହାଙ୍କର ଜୀବନ ଓ ଆଦର୍ଶ ଦେଶବାସୀଙ୍କୁ ନିରନ୍ତର ପ୍ରେରିତ କରୁଥିବ ।
ଏଠାରେ ଉଲ୍ଲେଖନୀୟ, ରାଷ୍ଟ୍ରପତି ଜାନୁୟାରୀ 23ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମରଶୋତ୍ତର ଭାରତରତ୍ନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ ।

Show More

Related Articles

Back to top button