
ବାରିପଦା : ସାପ୍ତାହିକ ହାଟ ଭିତରେ ଏକ ଦନ୍ତା ହାତୀ ପଶି ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଲା। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବୈଶିଙ୍ଗା ଥାନା ଅନ୍ତର୍ଗତ ଆମ୍ବ ଗଡିଆ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଆମ୍ବଗଡ଼ିଆ ଗାଁ ରେପା ସିଂ। ସୂଚନା ଅନୁସାରେ ସେ ବ୍ୟକ୍ତି ଜଣକ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ଗତକାଲି ଆମ୍ବ ଗଡିଆ ଗାଁରେ ସାପ୍ତାହିକ ହାଟ ହେଉଥିବା ବେଳେ ହଠାତ୍ ହାଟ ଭିତରକୁ ଏକ ଦନ୍ତା ହାତୀ ପଶି ଆସିଥିଲା । ହାଟରେ ଦନ୍ତା ହାତୀକୁ ଦେଖି ଲୋକେ ଭୟଭୀତ ହୋଇ ଦୌଡି ପଳାଇଯାଇଥିଲେ। ହେଲେ ରେପା ସିଂ ନାମକ ଜଣେ ବ୍ୟକ୍ତି ନଯାଇ ପାରି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଏକ ମଟର ସାଇକେଲ ପାଖରେ ଲୁଚି ଯାଇଥିଲେ। ହଠାତ୍ ମଟର ସାଇକେଲଟି ତାଙ୍କ ଉପରେ ପଡ଼ିଯାଇଥିଲା। ମଟର ସାଇକେଲଟି ରେପା ଉପରେ ପଡିଯିବାରୁ ସେ ସେଠାରୁ ବାହାରକୁ ବାହାରି ପାରି ନଥିଲେ। ପରେ ହାତୀଟି ଆସି ତାର ଗୋଡ଼ରେ ମଟର ସାଇକେଲକୁ ଚାପି ଦେଇଥିଲା। ମଟର ସାଇକେଲ ତଳେ ଚାପି ହୋଇ ରେପା ମୃତ୍ୟୁବରଣ କରିଥିଲେ।